ତଥାପି ବଞ୍ଚିଛି ମାନବିକତା । କରୋନା ମୃତକଙ୍କ ଶବଦାହ କଲେ ପୋଡାମାରୀ ଯୁବ ସ୍ବେଛାସେବୀ ।

0
133

ବ୍ରହ୍ମପୁର,୦୭/୦୫/୨୦୨୧: ମହାମାରୀ କରୋନା ସଂକ୍ରମଣର ପ୍ରାଦୁର୍ଭାବ ବିଶ୍ଵ ସମୁଦାୟକୁ ହତୋତ୍ସାହିତ କରିଥିବା ବେଳେ ଲକ୍ଷଲକ୍ଷା ଜୀବନ ହାନୀ କରିଅଛି । ସଂକ୍ରମଣର ଭୟାବହତା ନେଇ ମାନବଜାତି ହାହାକାରରେ ଥିବା ସହ ପ୍ରତିଷେଧକ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଅଛି । ପରନ୍ତୁ ସଂକ୍ରମଣର ତୀବ୍ରତା ଏବଂ ସଂକ୍ରମିତଙ୍କ ଚିକିତ୍ସା ଜନିତ ମୃତ୍ୟୁ ହାର ନେଇ ସମ୍ପ୍ରତି ସମ୍ପର୍କରେ ବ୍ୟାଘାତ ହେବା ସହିତ ଭାଇଚାରା ଓ ମାନବିକତା ଲୋପ ପାଇଥିବା ଦେଖିବାକୁ ମିଲୁଅଛି ।କୌଣସି କାରଣରୁ କରୋନା ରୋଗୀଙ୍କ ମୃତ୍ୟୁପରେ ଶବସତ୍କାର ନେଇ ବିଚିତ୍ର ସ୍ଥିତି ସୃଷ୍ଟି ହେଉଅଛି । ପରିବାର , ସମ୍ପର୍କୀୟ ମାନେ ଶବକୁ ଛୁଇଁଲେ କରୋନା ବ୍ୟାପିବା ଭୟରେ ଶବର ଅନ୍ତ୍ୟେଷ୍ଟି କ୍ରିୟା କରିବାକୁ ଭୟକରୁଥିବା ଜଣାଯାଇଛି । ବହୁ କରୋନା ମୃତକଙ୍କ ଶବକୁ କେହି ଉତ୍ତରାଧିକାରୀ ନ ନେବା କାରଣରୁ ଶବକୁ ଅମାନବୀୟ ଭାବଧାରାରେ ଅସମ୍ମାନିତ କରାଯାଉଥିବା ବେଳେ ସାନଖେମୁଣ୍ଡି ପୋଡ଼ାମାରୀ ଗ୍ରାମରେ କରୋନାରେ ମୃତ ଜନୈକ ଯୁବ ବ୍ୟବସାୟୀଙ୍କ ମୃତଶବକୁ ପରିବାର ସମ୍ପର୍କୀୟ ଲୋକ ଛୁଇଁ ନଥିବା ବେଳେ ଗ୍ରାମର ଯୁବ ସ୍ବେଛାସେବୀ ତଥା ସରପଞ୍ଚ ପ୍ରତିନିଧି ସନ୍ତୋଷ ବିଷୋୟୀ ଏବଂ ସ୍ଥାନୀୟ ଯୁବଗୋଷ୍ଠୀ ମିଳିତ ଭାବେ ଶବକୁ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରିବା ଅଞ୍ଚଳ ସଚେତନା ଜାଗ୍ରତ କରିଅଛି ।ଖବର ପ୍ରକାରେ ପୋଡାମାରୀ ବ୍ରାହ୍ମଣ ସାହିର ସରଳ ଶାନ୍ତିପ୍ରିୟ ଯୁବ ବ୍ୟବସାୟୀ ସୁରେନ୍ଦ୍ର ସାବତଙ୍କ କରୋନା ସଂକ୍ରମିତ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ମୃତ୍ୟୁ ହୋଇଥିଲା । ମୃତଶବ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକରଚ୍ଛାୟା ଖେଳିଯାଇଥିଲେ ମଧ୍ୟ ଶବ ପାଖ ମାଡ଼ିବାକୁ ପରିବାର କିମ୍ବା ଆତ୍ମୀୟ ଭୟ କରିଥିଲେ । ଏହି ସ୍ଥିତିରେ ଗ୍ରାମ ଯୁବ ସମାଜସେବୀ ସନ୍ତୋଷ ବିଷୋୟୀ ସ୍ଥିତି ସମୀକ୍ଷା ସହ ସହାୟତା କରି ଶବ ସତ୍କାରର ଦାୟିତ୍ଵ ଗ୍ରହଣ କରିଥିଲେ । ନିଜ ସହଯୋଗୀ ଦିଲୀପ କୁମାର ଗୌଡ , ରଘୁନାଥ ପାଣିଗ୍ରାହୀ ଏବଂ କାହ୍ନା ମାଳୀଙ୍କ ସହାୟତାରେ ଶବକୁ କାନ୍ଧଦେଇ କରୋନା ପ୍ରତିଷେଧକ ପୋଷାକରେ ଶ୍ମଶାନରେ ଅନ୍ତିମ ସତ୍କାର କରିଥିଲେ । କରୋନା ଭୟାବହତାରେ ଅତିଷ୍ଠ ମାନବିକତା ସମ୍ପ୍ରତି ସମାଜରୁ ଲିଭିଯାଉଥିବା ସମୟରେ ଏହି ଯୁବଗୋଷ୍ଠୀଙ୍କ ମାନବିକତାକୁ ନେଇ ଅଞ୍ଚଳରେ ଆଲୋଚନା ହେଉଥିବା ବେଳେ କରୋନା ରୋଗକୁ ନେଇ ସାଧାରଣରେ ଥିବା ଭୟର ବାତାବରଣ କ୍ରମଶଃ ଦୂରୀଭୂତ ହେବାରେ ସହାୟକ ହୋଇଅଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here