ଆର.ଆର.ଟି. ଟିମ୍ ସହ ଉପଜିଲ୍ଲାପାଳଙ୍କ ଆଲୋଚନା ।

0
149

ବୁଗୁଡା,୦୮/୦୫/୨୦୨୧: ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଶନିବାର ଦିନ ବୁଗୁଡା ଗସ୍ତରେ ଆସି ବୁଗୁଡା ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଆର.ଆର.ଟି. ଟିମ ସହ ଆଲୋଚନା କରିଥିଲେ। ବୁଗୁଡ଼ା ସହର ଓ ଗ୍ରାମାଞ୍ଚଳକୁ ନେଇ ୬ ଟି ସେକ୍ଟର ଗଠନ ହୋଇଥିବା ବେଳେ ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ, ଡାକ୍ତର ମନୋରଞ୍ଜନ ନାୟକ, ଡାକ୍ତର କବିତା ସାହୁ, ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ବାଳ, ଡାକ୍ତର ପଦାରବିନ୍ଦ ଷଡ଼ଙ୍ଗୀ, ଡାକ୍ତର ପ୍ରୀତିରଞ୍ଜନ ସାହୁ , ଡାକ୍ତର ଚିନ୍ମୟୀ ସାମନ୍ତରା ଓ ଡାକ୍ତର ହିମାଂଶୁ ଶେଖର ପଣ୍ଡା ଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ବୃନ୍ଦ ଆର.ଆର.ଟି. ଟିମ୍ ରେ ରହି କାର୍ଯ୍ୟକରୁଛନ୍ତି। ଏହି ଟିମ ବୁଗୁଡା ଅଞ୍ଚଳରେ କରୋନା ପଜିଟିଭି ଚିହ୍ନଟ ହୋଇ ସଙ୍ଗରୋଧରେ ଥିବା ବ୍ୟକ୍ତି ମାନଙ୍କ ଘରକୁ ଯାଇ ଚିକିତ୍ସା ବ୍ୟବସ୍ଥା କରିଥାନ୍ତି। ଏହି ଟିମ୍ ସହ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଆଲୋଚନା କରି ସ୍ଥିତ ଅନୁଧ୍ୟାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳଙ୍କ ସହ ତହସିଲଦାର ସଂଗ୍ରାମ କେଶରୀ ଜେନା, ବିଡ଼ିଓ ଚିନ୍ମୟ ପାତ୍ର, ଆଇଆଇସି ଚିତ୍ତରଞ୍ଜନ ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ, ମେଡ଼ିକାଲ ବିପିଏମ ବିଶ୍ବରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏନଏସି ମୁଖ୍ୟ କିରାଣୀ ଶ୍ରୀ ରଥ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here