ସାମ୍ବାଦିକ ଙ୍କ ବିୟୋଗରେ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଶୋକ ସଭା

0
175

ବ୍ରହ୍ମପୁର,୦୮/୦୫/୨୦୨୧:ବରିଷ୍ଟ ସାମ୍ବାଦିକ ତଥା ସମ୍ବାଦର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ କିଶୋର ସାହୁଙ୍କ ବିୟୋଗରେ ଆଜି ଏକ ଶୋକ ସଭା ଅନୁଷ୍ଟିତ ହୋଇଯାଇଛି । ଜଣେ ଜ୍ଞାନୀ, ଗୁଣୀ , ମିଷ୍ଟଭାସୀ ଓ ମେଳାପି ମଣିଷକୁ ହରାଇଛି ବ୍ରହ୍ମପୁର ପ୍ରେସ କ୍ଲବ । ଯାହାଙ୍କ ସ୍ମୃତିକୁ ମନେ ପକାଇ ବ୍ରହ୍ମପୁରର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଶୋକ ପ୍ରକାଶ କରିଛନ୍ତି । ଦକ୍ଷିଣାଞ୍ଚଳ ଡିଆଇଜି ଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଗଣ ମାଧ୍ୟମର ବ୍ୟକ୍ତି ବିଶେଷମାନେ ଉପସ୍ଥିତ ରହି ଦୁଇ ମିନଟ ନିରବ ପ୍ରାର୍ଥନା କରିବା ସହ ସାମ୍ବାଦିକ ଜଗତରେ ସ୍ୱର୍ଗତ ସାହୁଙ୍କ ଭୂମିକାକୁ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ପ୍ରଦୀପ ବାବୁ ପୁରୀ , କଟକ, ଖୋର୍ଦ୍ଧା ଜିଲ୍ଲାରେ ଧରିତ୍ରୀ ସମ୍ବାଦ ପରି ବିଭିନ୍ନ ଖବର କାଗଜରେ କାର୍ଯ୍ୟ କରିଥିବା ବେଳେ ଦୀର୍ଘ ତିନି ବର୍ଷ ଧରି ବ୍ରହ୍ମପୁରରେ ସମ୍ବାଦ ଖବରକାଗଜ ର ଜିଲ୍ଲା ପ୍ରତିନିଧି ରୂପେ କାର୍ଯ୍ୟ କରିଆସୁଥିଲେ । ପ୍ରଦୀପ ବାବୁଙ୍କ ବିୟୋଗ ବ୍ରହ୍ମପୁର ସାମ୍ବାଦିକଙ୍କ ପାଇଁ ଏକ ଅପୁରଣୀୟ କ୍ଷତି । ଏହି ଶୋକସଭାରେ ବ୍ରହ୍ମପୁରର କାର୍ଯ୍ୟରତ ସାମ୍ବାଦିକ ଅଶୋକ ବ୍ରହ୍ମା, ଚିରଞ୍ଜିତ ରାଜଗୁରୁ, ଶିବରାମ ଚୌଧୁରୀ, ସମୀର ଆଚାର୍ଯ୍ୟ, ସୁରଜିତ ପଣ୍ଡା, ନାରାୟଣ ମହାଙ୍କୁଡ, ଏ.ରାଜା ରାଓ, ବିନୋଦ ପ୍ରଧାନ, ଆଲୋକ ସାହୁ, ମାନସ ବିଶୋୟୀ, କୈଳାସ ବେହେରା, ପ୍ରହଲାଦ ସାହୁ, ଅମର ଦାଶ, ବିଶ୍ୱନାଥ ମାରଣା, ମୁର୍ତ୍ୟୁଞ୍ଜୟ ସାହୁ, ମନୋଜ ପଣ୍ଡା, ସ୍ୱାଧିନ ସାହୁ, ପିତାମ୍ବର ନାହାକ, ଗୋପାଳ ରେଡ୍ଡୀ, ଉମାଶଙ୍କର ମିଶ୍ର, ଲିକୁ ଡାକୁଆ, ଶିବ ପଣ୍ଡା, ଗୌରୀ ଶଙ୍କର ମିଶ୍ର,କାଳି ପ୍ରସାଦ ରଥ, ବିକ୍ରମ ଜେନା,ଆଲୋକ ବେହେରା, ଶୁଭେନ୍ଦୁ ସାହୁ, ପିଣ୍ଟୁ ବେହେରା, ମନୋଜ ଦାସ, ସୁବୋଧ ପରିଚ୍ଛା, ପ୍ରଶାନ୍ତ ଜେନା, ରୁପକ ମହାନ୍ତି, ସିମାଞ୍ଚଳ ପାଣିଗ୍ରହି, ଏଲ. ସନ୍ତୋଷ କୁମାର, ସତିସ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here