ସ୍ବର୍ଗତ ଶିକ୍ଷକଙ୍କ ପରିବାରଙ୍କୁ ବିଇଓ ଅଫିସ ପକ୍ଷରୁ ଆର୍ଥିକ ସହାୟତା।

0
141

ବୁଗୁଡା,୧୦/୦୩/୨୦୨୧: ବୁଗୁଡା ବ୍ଲକ ଅନ୍ତର୍ଗତ ଭାଗବାନପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ରଞ୍ଜନ କୁମାର ସେଠୀ କରୋନା ପଜିଟିଭି ଚିହ୍ନଟ ପରେ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମଇ ୬ ତାରିଖ ଦିନ ମୃତ୍ୟୁ ମୁଖରେ ପଡ଼ିଥିଲେ। ଆଜି ଅର୍ଥାତ ମଇ ୧୦ ତାରିଖ ଦିନ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ଓ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ସ୍ବର୍ଗତ ଶ୍ରୀ ସେଠୀଙ୍କ ଘରେ ପହଞ୍ଚି ତାଙ୍କର ଧର୍ମପତ୍ନୀ ସବିତା ବେହେରାଙ୍କୁ ବିଇଓ ଅଫିସ ପକ୍ଷରୁ ପାଞ୍ଚ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। ଦୁଇ ଅଧିକାରୀଙ୍କ ସହ ସିଆରସିସି ଆଶୁତୋଷ ମିଶ୍ର, ବାୟା ସେଠୀ ଓ ତ୍ରିନାଥ ମହାରଣା ଏବଂ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ ଓ ପିତାମ୍ବର ଗୌଡ଼ ମଧ୍ୟ ସ୍ବର୍ଗତ ରଞ୍ଜନ କୁମାର ସେଠୀଙ୍କ ପୈତୃକ ଗ୍ରାମ କଲମ୍ବ ଯାଇଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here