ସମ୍ଭାବ୍ୟ ବାତ୍ୟା ୟାସ ର ମୁକାବିଲା ପାଇଁ ବୈଠକ ।

0
178

ପୋଲସରା, ୨୨/୦୫/୨୦୨୧:ସମ୍ଭାବ୍ୟ ବାତ୍ୟା ୟାସ ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ଜକର ଗ୍ରାମପଞ୍ଚାୟତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜକର ପଞ୍ଚାୟତ କାର୍ଯ୍ଯନିର୍ବାହି ଅଧିକାରୀ ଗୌରାଙ୍ଗ ଦଳାଇଙ୍କ ସଂଯୋଜନାରେ ଅନୁଷ୍ଠିତ ଜରୁରୀ ବୈଠକରେ ମହାମାରୀ କରୋନା ବିଷୟରେ ସଚେତନ ସହ ଆସନ୍ତା ମଇ ୨୬ ତାରିଖରେ ସମ୍ଭାବ୍ୟ ବାତ୍ୟା ୟାସ ର ମୁକାବିଲା ପାଇଁ ଆଲୋଚନା ହୋଇଥିଲା । ବୈଠକରେ ସରପଞ୍ଚ ଶଙ୍କର ସେଠି, ସମିତିସଭ୍ଯା ରିତା ନାୟକ, ଗ୍ରାମରୋଜଗାର ସେବକ ବୁଦ୍ଧିରାମ ସାହୁ, ସୁଶାନ୍ତ କୁମାର ପ୍ରଧାନ, ଗ୍ରାମ୍ୟ କମିଟି ସଭାପତି ଧବଳେଶ୍ବର ସ୍ବାଇଁ, ରାମକୃଷ୍ଣ ସ୍ବାଇଁ, ସୁଧୀର ରାଉତ, ଶିକ୍ଷକ କୈଳାସ ଚନ୍ଦ୍ର ସାମନ୍ତରା, ଯମୁନି କାନ୍ତ ନାୟକ, କିଶୋର ଚନ୍ଦ୍ର ବାରିକ, ମହିଳା ସଭାନେତ୍ରୀ ବନିତା ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here