ବୁଗୁଡା : ୨୫ ଜଣ ଅଙ୍ଗନୱାଡ଼ି କର୍ମୀ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟରେ ସାମିଲ ।

0
157

ବୁଗୁଡା, ୨୨/୦୫/୨୦୨୧: ବୁଗୁଡା ବ୍ଲକ ଓ ଏନଏସିର ୨୫ ଜଣ ଅଙ୍ଗନୱାଡ଼ି କର୍ମୀ ମଇ ୨୨ ତାରିଖ ଦିନ ସରକାରଙ୍କ ଘରକୁ ଘର ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲିଖିତ ଭାବେ ଦେଇଥିବା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ବୁଗୁଡା ବ୍ଳକରେ ଭାରତୀୟ ମଜଦୂର ସଙ୍ଘ ଶ୍ରମିକ ସଂଗଠନ ସହ ଗଣ୍ଠିବନ୍ଧନ ଥିବା ଅଙ୍ଗନୱାଡ଼ି କର୍ମୀମାନେ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟରେ ସହଯୋଗ କରିନଥିବା ଜଣାପଡିଛି। ପୂର୍ବରୁ କେବଳ ଆଶା କର୍ମୀ ବୃନ୍ଦ ୧୭ ଟି ଗ୍ରୁପରେ ଘରକୁ ଘର ଯାଇ ପଲସ ଅକ୍ସିମିଟର ଯାଞ୍ଚ ଓ ଥର୍ମାଲ ସ୍କାନର ଯାଞ୍ଚ କରୁଥିଲେ। ଆଜି ଅଙ୍ଗନୱାଡ଼ି କର୍ମୀବୃନ୍ଦ ଯାଞ୍ଚ କାର୍ଯ୍ୟରେ ଯୋଗଦେଇଥିବା ବେଳେ ଆସନ୍ତା କାଲିଠାରୁ ସ୍ଵାସ୍ଥ୍ୟ ଯାଞ୍ଚ ଅଧିକ ହୋଇ ପାରିବ ବୋଲି ଆଶା କରାଯାଉଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here