ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତା ନାରାୟଣପୁର ଠାରେ ମର୍ମନ୍ତୁଦ ଦୁର୍ଘଟଣା । ପିକଅପ୍ ବାଇକ୍ ମୁହାଁମୁହିଁ ଧକ୍କାରେ ବାପପୁଅ ମୃତ । କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ ।

0
434

ବ୍ରହ୍ମପୁର,୨୪/୦୫/୨୦୨୧:ଏକ ଅଭାବନୀୟ ଘଟଣା କ୍ରମରେ ଆଜି ରାତ୍ରି ପ୍ରାୟ ସାଢେ଼ ଦଶଟା ସମୟରେ ବ୍ରହ୍ମପୁର ଦିଗପହଣ୍ଡି ରାସ୍ତା ନାରାୟଣପୁର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଆଚ୍ଛି । ଏକ ପିକଅପ ସହ ବାଇକର ମୁହାଁମୁହିଁ ଧକ୍କରୁ ବାଇକ ଆରୋହୀ ବାପ ସହ ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଅନ୍ୟଜଣେ ସନ୍ତାନ ଗୁରୁତର ଭାବେ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ପ୍ରକାରେ ସିଦ୍ଧେଶ୍ୱର ଗ୍ରାମର ବାବୁଲା ନାମକ ଜନୈକ ଯୁବକ ବାହାଘର କାର୍ଯ୍ୟରେ ଯୋଗଦେଇ ନିଜ ପରିବାର ସହ ବାଇକରେ ଗ୍ରାମକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକଅପର ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକରେ ବସିଥିବା ସ୍ତ୍ରୀ ଓ ଦୁଇ ସନ୍ତାନ ଗାଡିରୁ ଛିଟିକିପଡି ଯାଇଥିଲେ । ଘଟଣା ସ୍ଥଳରେ ବାବୁଲାଙ୍କ ସହ ପୁଅର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଅନ୍ୟ ସନ୍ତାନ ଗୁରୁତର ଥିବା ଜଣାଯାଇଛି । ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ କ୍ଷତିପୂରଣ ଦାବିରେ ପରିବାରଙ୍କ ପକ୍ଷରୁ ରାସ୍ତାର ଉଭୟ ଶବକୁ ରଖି ରାସ୍ତାରୋକ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଅଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here