ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ବିଶ୍ୱ କଲ୍ୟାଣ ନିମନ୍ତେ ପୂଜାପାଠ

0
121

ବ୍ରହ୍ମପୁର,୨୫/୦୫/୨୦୨୧: ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗ୍ରାମ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିରରେ ମଙ୍ଗଳବାର ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ସକାଳ ୭ଘ.ସମୟରେ ବିଶ୍ବ କଲ୍ୟାଣ ଓ କରୋନାରୁ ମୁକ୍ତି ନିମନ୍ତେ ପୂଜାପାଠ କରାଯାଇଥିଲା।ପୂଜାରୀଙ୍କ ଦ୍ୱାରା ଭଗବାନ ନୃସିଂହନାଥଙ୍କୁ ତୁଳସୀ, ଦୀପଦାନ ସହ ୧୦୮ ଆଳତି କରାଯାଇଥିଲା।କରୋନା ଯୋଦ୍ଧା ମାନଙ୍କ ସକାଶେ ତଥା ଦିବ୍ୟଜୀବନ ସଙ୍ଘର ବରିଷ୍ଠ ସଦସ୍ୟ ଶ୍ରୀ ଚକ୍ରଭାଇଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା।ଏହି ଅବସରରେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ, ସହଦେବ ପାତ୍ର, ଅକ୍ଷୟ କୁମାର ରଥ, ଇ.ସୀମାଞ୍ଚଳ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here