ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କ ଦେହାନ୍ତ । କିଛି ଦିନ ତଳେ କରୋନାରେ ହୋଇଥିଲେ ଆକ୍ରାନ୍ତ

0
131

ଭୂବନେଶ୍ୱର,୨୫/୦୫/୨୦୨୧:
ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଖି ବୁଜିଛନ୍ତି ଏହି ଲୋକପ୍ରିୟ କଳାକାର । ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହେଲେ ଏହି ସମୟରେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହେବା ସହିତ ଫୁସଫୁସ ପ୍ରଭାବିତ ହୋଇଥିଲା । ଆଉ ଆଜି ସେ ସମସ୍ତଙ୍କ ପର କରି ଆରପାରିକୁ ଚାଲିଯାଇଛନ୍ତି । ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ । ରାଜ୍ୟର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ତାଙ୍କର କଥା ଶୁଣିବାକୁ ଲୋକମାନେ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । ହେଲେ ଆଜି ତାଙ୍କ ଦେହାନ୍ତରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here