ଅସହାୟଙ୍କୁ ଅନ୍ନ ପରଷିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ।

0
258

ବୁଗୁଡା, ୦୫/୦୬/୨୦୨୧: ପୋଲସରା ବିଧାୟକ ତଥା ଗାଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦଶ କ୍ରମେ ବିଜୁ ଜନତା ଦଳ ପକ୍ଷରୁ ଲକ୍ ଡାଉନ ଓ ସଟ୍ ଡାଉନ ସମୟରେ ଅସହାୟ, ଗରିବ, ମଜୁରିଆ ଓ ଭିନ୍ନକ୍ଷମ ମାନଙ୍କୁ ମଇ ୨୧ ତାରିଖ ଠାରୁ ପୋଲସରା ବସଷ୍ଟାଣ୍ଡ ଓ ବୁଗୁଡା ମଦନ ମୋହନ ଛକ ଠାରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ରନ୍ଧାଖାଦ୍ୟ ଦେବାର ୧୬ ଦିନ ମଧ୍ୟରେ ବିଧାୟକ ଶ୍ରୀ ସାହୁ ଉଭୟ ରାନ୍ଧଖାଦ୍ୟ ବଣ୍ଟନ କେନ୍ଦ୍ରକୁ ଆଜିକୁ ମିଶାଇ ତିନିଥର ପହଞ୍ଚି କର୍ମୀମାନଙ୍କ ସହ ଆଲୋଚନା କରିବା ସହ ଅନ୍ନ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା। ସରକାର ଲକ୍ ଡାଉନ ଯେତେଦିନ ପର୍ଯ୍ୟନ୍ତ ଘୋଷଣା କରିବେ ସେତେଦିନ ପର୍ଯ୍ୟନ୍ତ ରାନ୍ଧଖାଦ୍ୟ ବଣ୍ଟନ ଚାଲୁ ରହିବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ। ବୁଗୁଡା ଓ ପୋଲସରା ସହରରେ ରାନ୍ଧଖାଦ୍ୟ ବଣ୍ଟନ ଯୋଗୁଁ ବହୁ ଗରିବ, ଅସହାୟ ଓ ଶ୍ରମିକ ବୃନ୍ଦ ଖାଇବାକୁ ପାଇ ଖୁବ ଖୁସି ଅନୁଭବ କରୁଥିବା ଜଣାପଡିଛି। ବିଧାୟକ ଶ୍ରୀ ସାହୁଙ୍କ ଦ୍ୱାରା ଏହି ରାନ୍ଧଖାଦ୍ୟ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here