ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଆଡ଼ପଡ଼ା ମାଣିକେଶ୍ବରୀ ବିଦ୍ୟାପୀଠରେ ବୃକ୍ଷରୋପଣ

0
189

ବ୍ରହ୍ମପୁର , ୦୫/୦୬/୨୦୨୧: ବିଶ୍ଵପରିବେଶ ଦିବସ ପାଳନ ଉପଲକ୍ଷେ ଆଜି ସାନଖେମୁଣ୍ଡି ବ୍ଲକ୍ ଆଡପଡ଼ା ଗ୍ରାମପଞ୍ଚାୟତ ସ୍ଥିତ ମାଣିକେଶ୍ଵରୀ ବିଦ୍ୟାପୀଠରେ ଏକ ବୃକ୍ଷରୋପଣ କାଯ୍ୟକ୍ରମର ଆୟୋଜନ ହୋଇଯାଇଅଛି । ନିୟମିତ ଭାବେ ଏହି ଦିବସ ପାଳନ ପୂର୍ବକ ପରିବେଶ ରକ୍ଷା ନିମିତ୍ତ ବୃକ୍ଷରୋପଣ କରି ଏହି ଶିକ୍ଷାନୁଷ୍ଠାନ ଅଞ୍ଚଳରେ ସୁନାମ ରଖିଅଛି । ପରନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ କୌଣସି ଶିକ୍ଷାର୍ଥୀ ଅଂଶଗ୍ରହଣ କରିନଥିବା ବେଳେ ଆଡପଡ଼ା ସରପଞ୍ଚ ଶ୍ରୀ ନୀଳମାଧବ ରାଉତ , ଇଶାଣେଶ୍ଵର ପାଠାଗାର ସଭାପତି ତଥା ସମାଜସେବୀ ଶ୍ରୀ ବନମାଳୀ ପ୍ରଧାନ , ମାଣିକେଶ୍ଵରୀ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିନାଥ ସାହୁ ଓ ଶିକ୍ଷକ ପ୍ରଦୀପ କୁମାର ପଟ୍ଟନାୟକ , ସନ୍ତୋଷ କୁମାର ଚର୍ଚି , ରାଜେନ୍ଦ୍ର ରାଉତ , ଚିତ୍ରସେନ ସେଠୀଙ୍କ ସହିତ ସ୍ଥାନୀୟ ଈଶାଣେଶ୍ୱର୍ ପାଠାଗାର ସଦସ୍ୟ ବାବୁଲା ଜେନା , ଶିବଶଙ୍କର ଜେନା , ଅଶୋକ ଜେନା , ରାଜା ଜେନା , ଦୀପକ କୁମାର ପ୍ରଧାନ , ଶଙ୍କର ବେହେରା ପ୍ରମୁଖ ଯୁବ ସ୍ବେଛାସେବୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦ୍ୟାପୀଠ ପରିସରରେ ବୃ୍ଷରୋପଣ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here