“କରୋନା ହାରେଗା ଏବଂ ମନବ ଜିତେଗା” ଶୀର୍ଷକ ଜାତୀୟ ସ୍ତରର ୱବିନାର

0
260

ବ୍ରହ୍ମପୁର,୦୭/୦୬/୨୦୨୧:ଗତକାଲି ଆର୍. କେ ଡାଇବେଟିସ ଆଣ୍ଡ ଏଣ୍ଡୋକ୍ରାଇନ୍ ସେଣ୍ଟର, ବ୍ରହ୍ମପୁର ଓ ଜାତୀୟ ଯୁବ ପ୍ରକଳ୍ପ (NYP), ଭାରତ ସରକାର ମହାବନ୍ଧନ ରେ”କରୋନା ହାରେଗା ଏବଂ ମନବ ଜିତେଗା” ଶୀର୍ଷକ ଏକ ଓ୍ଵବିନାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ଜାତୀୟ ଯୁବ ପ୍ରକଳ୍ପ ର ପ୍ରତିଷ୍ଠାତା ଡ. ଏସ୍.ଏନ୍. ସୁବା ରାଓ ( ଭାଇଜୀ) ମୁଖ୍ୟ ଅତିଥି ଭାବେ ଉଦଘାଟନ କରିବା ସହିତ ପ୍ରତିଭାଗୀ ଯୁବ ପିଢ଼ି କୁ ତାଙ୍କର ଜୀବନାନୁଭୂତିରୁ କିଛି କଥା କହିବା ସହ କରୋନାକୁ ହରାଇବାର ମହାମନ୍ତ୍ର ଭାରତ ବାସୀଙ୍କୁ ଦେଇଥିଲେ।ଏଥିପାଇଁ ସେ ସମସ୍ତ ଙ୍କୁ ଅନୁରୋଧ କରିଥିଲେ ଯେ ପ୍ରତ୍ୟେକ ବ୍ଯକ୍ତି “ନିଜ ଶରୀର ପାଇଁ ଏକ ଘଣ୍ଟା ଏବଂ ଦେଶ ପାଇଁ ଏକ ଘଣ୍ଟା ସମୟ”ଦେଲେ ନିଶ୍ଚିତ ଭାବରେ କରୋନା ମହାମାରୀ ହାରିବ ଓ ମାନବ ସମାଜ ଜିତିବ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପ୍ରଫେସର ଡ଼. ଭଗବାନ ପ୍ରକାଶ, ପୂର୍ବତନ ଜାତୀୟ ସେନା ସଂସ୍ଥାର ଉପଦେଷ୍ଟା, ଭାରତ ସରକାର ଯୋଗଦେଇ ବକ୍ତବ୍ୟରେ କହଥିଲେ ଭାରତରେ ଥିବା ଯୁବ ଗୋଷ୍ଠୀ ଓ ସେମାନଙ୍କ ସମାଜ ସେବା କୁ ନେଇ ସଚେତନ ଅଭିଯାନ ବଜାୟ ରଖିଲେ ଆମେ ଏହି ମହାମାରୀରୁ ନିଶ୍ଚିତ ମୁକ୍ତି ପାଇପାରିବା।ଅନ୍ଯତମ ସମ୍ମାନିତ ଅତିଥି ଭାବେ ଭାରତ ସରକାରଙ୍କ ନେହେରୁ ଯୁବ ସଂଗଠନ ର ଆଚଂଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ ଯୋଗଦେଇ ଏନ୍.ଏସ୍.ଏସ୍.,ଏନ୍. ଓ୍ଵାଇ. ପି. ଏବଂ ସ୍କାଉଟ୍ ଓ ଗାଇଡ଼୍ ତରଫରୁ ଯୁବପିଢ଼ି ଙ୍କୁ ଜନସଚେତନତା କାର୍ଯ୍ୟକ୍ରମ ରେ ଭାଗିଦାରୀ କରାଇପାରିଲେ ଏହି ମହାମାରୀ କୁ ଯେ ଆମେ ହରାଇ ପାରିବା ଏହାର ଉଦାହରଣ ବହୁ ଆଗରୁ ଆମ ପାଖରେ ଅଛି ବୋଲି ତାଙ୍କ ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ।ଆଲୋଚ୍ଯ ୱବିନାର କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ଡ଼ାକ୍ତର ପି.ରବି କୁମାର, ଆସୋସିଏଟ୍ ପ୍ରଫେସର, ଏମ୍.କେ.ସି.ଜି. ମେଡିକାଲ କଲେଜ, ବ୍ରହ୍ମପୁର ଯୋଗଦେଇ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ରେ କରୋନା ରୋଗ ଓ ବ୍ଲାକ ଫଙ୍ଗସ୍ ରୋଗ ର କାରଣ ଓ ନିରାକରଣ ର ଭିନ୍ନ ଭିନ୍ନ ଦିଗ ଉପରେ ପର୍ଯାଲୋଚନା କରିବା ସହିତ ବିଶ୍ବ ର ସାଂପ୍ରତିକ ପତ୍ର ପତ୍ରିକା ରୁ ବିଭିନ୍ନ ତଥ୍ୟ ମାନ ଆଣି ସ୍ଲାଇଡ଼୍ ମାଧ୍ୟାମରେ ଉପସ୍ଥାପନ କରି ଏହି ରୋଗରେ ପ୍ରଭାବିତ ରୋଗୀ ଏବଂ ସଂସ୍ପର୍ଶରେ ଆସିଥିବା ଅଣପ୍ରଭାବିତ ବ୍ୟକ୍ତି ବିଶେଷ ଙ୍କର ଜୀବନଚର୍ଯା ଉପରେ ଗଭୀର ଭାବରେ ଆଲୋକପାତ କରିଥିଲେ। ଡ଼ାକ୍ତର ପି ରବି କୁମାର ଙ୍କ ଅତିବ ସରଳ ଏବଂ ମାର୍ମିକ ଉପସ୍ଥାପନ ରେ ବିମୁଗ୍ଧ ହୋଇ ସମସ୍ତ ପ୍ରତିଭାଗୀ ଏବଂ ଅତିଥି ଗଣ ଭୂୟସୀ ପ୍ରଶଂସା କରିବା ସହିତ ୱବିନାର ର ଚାଟ୍ ମାଧ୍ୟମରେ ଧନ୍ୟବାଦ ସମ୍ବାଦ ପଠାଇ ଥିଲେ।ଅନ୍ଯତମ ବକ୍ତା ଭାବରେ ଡାକ୍ତର ରଂଜନୀ ଇ ଜୟସ୍ (ବେଙ୍ଗାଳୁରୁ) ଓ ଡାକ୍ତର ମମତା ପ୍ରଧାନ(ଭୂବନେଶ୍ୱର) ରୁ ଯୋଗଦେଇ ମାନସିକ ବିଷାଦଗ୍ରସ୍ଥ ଜୀବନ ଓ କରୋନା ରୋଗ ଏବଂ ସ୍ଲମ୍ ଅଚଂଳର ଲୋକ ମାନେ ଓ କରୋନା ରୋଗ ର ବାହକ ଦିଗରେ ଦୁଇ ବକ୍ତା ସେମାନଙ୍କ ର ନିଜସ୍ୱ ମତ ରଖିବା ସହ ଏଥିରୁ କିପରି ନିବୃତି ମିଳିବ ତାହାର ପଥ ପ୍ରଦର୍ଶନ କରିଥିଲେ।ସମଗ୍ର କାର୍ଯ୍ୟକ୍ରମ କୁ ଅତି ସୁନ୍ଦର ଭାବରେ ସଂଯୋଜନା କରିବା ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଡ଼ ଶଙ୍କର ମାଝୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଜାତୀୟ ଯୁବ ପ୍ରକଳ୍ପ ର ଆଚଂଳିକ ନିର୍ଦ୍ଦେଶକ ଶ୍ରୀ ମଧୁସୂଦନ ଦାସ।ମହାମାୟୀ ମହିଳା ମହାବିଦ୍ୟାଳୟ ର ପ୍ରଧ୍ୟାପକ ଡ଼.ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ କଳିଙ୍ଗ ବିଦ୍ଯାମନ୍ଦିର ର ସଂପାଦକ ହରେକୃଷ୍ଣ କୋଠିଆ ବ୍ରହ୍ମପୁର ଏବଂ ଲୋକ ସେବକ ମଣ୍ଡଳ ର ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା ସମଗ୍ର କର୍ଯ୍ଯକ୍ରମଟି କୁ ସୁଚାରୁରୂପେ ପରିଚାଳନା କରିବା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here