କୋଭିଡ୍ ଟୀକାକରଣ ନେଇ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ଲକ୍ ସ୍ତରୀୟ ମିଳିତ ପ୍ରସ୍ତୁତି ବୈଠକ

0
113

ବ୍ରହ୍ମପୁର,୦୭/୦୬/୨୦୨୧: କୋଭିଡ ଟୀକାକରଣକୁ ସାର୍ବଜନୀନ କରିବା ସହିତ ଜନସାଧାରଣଙ୍କୁ ଟୀକାକରଣ ପ୍ରତି ଆକୃଷ୍ଟ କରାଇବା ନେଇ ଏକ ମିଳିତ ପ୍ରସ୍ତୁତି ବୈଠକ ଆଜି ସାନଖେମୁଣ୍ଡି ବ୍ଲକ୍ ଆଡପଡା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ସଭଗୃହରେ ଅନୁଷ୍ଠିତ ହୋଇଅଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ା , ବାହନ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଡ , ଶ୍ରୀନିବାସ ବେହେରା , ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଅର୍ଚ୍ଚନା କହଁର , ସ୍ୱାସ୍ଥ୍ୟକେନ୍ଦ୍ର ବ୍ଲକ୍ କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ଦିଲୀପ କୁମାର ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ , ବହୁମୁଖି ପୁରୁଷ ସ୍ୱାସ୍ଥ୍ୟ କର୍ମୀ , ଆଇ ସି ଡି ଏସ ସୂପରଭାଇଜର୍ ଆଦିଙ୍କୁ ନିର୍ଦ୍ଧାରିତ ସମୟ ସାରଣୀରେ ବ୍ଲକ୍ ଅନ୍ତର୍ଗତରେ ଚାଲିବାକୁ ଥିବା ଟୀକାକରଣ ବ୍ୟବସ୍ଥାର ସୁପରିଚାଳନାକୁ ନେଇ ତର୍ଜମା କରିଥିଲେ । ଆସନ୍ତା ଦିନରେ ଚାରିଦିନ ଧରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଭିତ୍ତିରେ ଚାଲିବାକୁ ଥିବା ଟୀକାକରଣ ବ୍ୟବସ୍ଥାରେ ଧାର୍ଯ୍ୟଲକ୍ଷକୁ ପୂରଣ କରିବାର ଭିତ୍ତିଭୂମିକୁ ନେଇ ମିଳିତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ୍ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ଜୟନ୍ତୀ ଦାସ , ବହୁମୁଖି ପୁରୁଷ ସ୍ବାସ୍ଥ୍ୟକର୍ମୀ ପ୍ରଦୀପ ପଟ୍ଟନାୟକ ପ୍ରମୁଖ ଟୀକାକରଣ ଶିବିର ପରିଚାଳନା , ୪୫ ବର୍ଷରୁ ଉର୍ଦ୍ଧ ସାଧାରଣଙ୍କୁ ଟିକାକରଣ ପାଇଁ ଆନୁସଙ୍ଗିକ ପ୍ରଚେଷ୍ଟା ସହ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀଙ୍କ ସହଯୋଗିତାକୁ ଗୁରୁତ୍ୱାରୋପ କରିଥିଲେ । ବ୍ଲକ ସ୍ତରରେ ଜନ ପ୍ରତିନିଧିଙ୍କୁ ସାମିଲ୍ କରାଇ କାର୍ଯ୍ୟକ୍ରମକୁ ସଫଳ କରାଇବାକୁ ମତ ପୋଷଣ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here