ସହରାଞ୍ଚଳର ଉଠାଦୋକାନୀଙ୍କ (Street vendors ) ପାଇଁ କୋଭିଡ଼ ସହାୟତା।ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

0
225

ଭୁବନେଶ୍ୱର,୦୮/୦୬/୨୦୨୧:କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକ୍ଡାଉନ ଯୋଗୁ ସହରାଞ୍ଚଳର (street vendor) ଉଠାଦୋକାନୀ ଙ୍କ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀଙ୍କ (street vendor ) ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି ।
ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ (Street vendor) ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here