ଡ଼. ସବିତା ପଟ୍ଟନାୟକ ଙ୍କ ଶ୍ରଦ୍ଧାଞ୍ଜଳୀ ଜୁମ୍ ଏକ୍ରସ୍ ଇଣ୍ଡିଆ ଦ୍ୱାରା ପରିଚାରଣ

0
255

ବ୍ରହ୍ମପୁର ୦୮/୦୬/୨୦୨୧:
ଗତ ମାସ ୨୫ ତାରିଖ ଦିନ ଚେନ୍ନାଇ ଠାରେ ରହୁଥିବା ଗାନ୍ଧୀନଗର ନିଵାସୀ ତଥା ମାହାମାୟୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପିକା ଡ଼. ସବିତା ପଟ୍ଟନାୟକ ଙ୍କ କୋରନା ମହାମାରୀ ରେ ମୃତ୍ୟୁ ଘଟିଥିଲା l ତାଙ୍କର ଦ୍ୱାଦଶାହ କର୍ମ,ଚେନ୍ନାଇ ରେ ରହୁଥିବା ଝିଆରୀ ଡ଼. ରୀନା ଦାସ ଏବଂ ଝିଆରୀ ଜ୍ବାଇଁ ସୁବ୍ରତ ମହାନ୍ତି ଙ୍କ ବାସ ଭବନ ରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି lଏହି ଉପଲକ୍ଷେ ଜୁମ୍ ଏକ୍ରସ୍ ଇଣ୍ଡିଆ ମାଧ୍ୟମରେ ଶତାଧିକ ବ୍ୟକ୍ତିତ୍ୱ ସ୍ବର୍ଗତ ସବିତା ପଟନାୟକ ଙ୍କ ସ୍ମୃତିଚାରଣ କରିଥିଲେ lଏହି କାର୍ଯ୍ୟକ୍ରମରେ ବିଦେଶ ରେ ରହୁଥିବା ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ମାନେ ଭିଡିଓ ମାଧ୍ୟମରେ ସ୍ମୃତିଚାରଣ କରିଥିଲେ l ଏଇ ଶ୍ରଦ୍ଧାଞ୍ଜଳୀ ସଭା କୁ କାନାଡ଼ା ରେ ରହୁଥିବା ନିର୍ଦ୍ଦେଶକ ପ୍ରଶାନ୍ତ ଭୂୟାଁ ଙ୍କ ଦ୍ୱାରା ଅତି ସୁନ୍ଦର ଭାବରେ ପରିଚାଳନ ହେଇପାରିଥିଲା lସ୍ମୃତିଚାରଣ ସଭାରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମଧ୍ୟରୁ ଡ଼. କୃଷ୍ଣଚନ୍ଦ୍ର ପାତ୍ର,ଡ଼. ଶ୍ରୀନିବାସ ମହାପାତ୍ର,ଡ଼. ଲମ୍ବୋଦର ପାଣିଗ୍ରାହୀ,ଶ୍ରୀମତୀ ଗିରିଜା ମିଶ୍ର,ଶ୍ରୀମତୀ ସ୍ବର୍ଣ୍ଣାବଳୀ କାଟୁଲା,ଦଡ଼. ବନମାଳୀ ପାଣିଗ୍ରାହୀ,ଡ଼. ଜୋତ୍ସ୍ନାରଣୀ ନାୟକ ଙ୍କ ସମେତ ପରିବାର ର ସଦସ୍ୟ ମଧ୍ୟରୁ ଝିଆରୀ ଡ଼. ରୀନା ଦାସ, ଜ୍ବାଇଁ ସୁବ୍ରତ ମହାନ୍ତି,ସପ୍ତଗିରି ପଟ୍ଟନାୟକ, ଶୋମା ପଟ୍ଟନାୟକ (ଆମେରିକା),ପ୍ରଶାନ୍ତ ଦାସ୍ ହେମନ୍ତ ଦାଶ୍,ଡ଼. ସଙ୍ଗୀତା ଦାସ,ବିନୀତା ପାତ୍ର ଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଯୋଗଦାନ କରି ଶ୍ରଦ୍ଧାଞ୍ଜଳୀ ଆର୍ପଣ କରିଥିଲେ l
ପରିଶେଷରେ ସ୍ବର୍ଗତ ଡ଼.ସବିତା ପଟ୍ଟନାୟକ ଙ୍କ ଦୁଇଭାଇ ବରିଷ୍ଠ ଆଡ଼ଭୋକେଟ ପ୍ରସାଦ ପଟ୍ଟନାୟକ ଏବଂ ମନୋରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ I

LEAVE A REPLY

Please enter your comment!
Please enter your name here