କର୍କଟ ରୋଗ ର ଚିକିତ୍ସା ପାଇଁ ସହାୟତା ନିବେଦନ କଲେ ଚିଙ୍ଗୁଡିଖୋଲ ଗ୍ରାମର ଗୋପାଳ

0
136

ବ୍ରହ୍ମପୁର, ୧୩/୦୬/୨୦୨୧ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗ୍ରାମର ଗୋପାଳ ମୁଦୁଲି କର୍କଟ ରୋଗରେ ପୀଡିତ ଅଛନ୍ତି । ଗୋପାଳଙ୍କ ବୟସ ପାଖାପାଖି ୫୧ବର୍ଷ । ଘରେ ତାଙ୍କର ପତ୍ନୀ ଶୈଳ ଓ ଦୁଇ ପୁଅ ଶଙ୍କର୍ଷଣ ଏବଂ ବିଦ୍ୟାଧର । ଚାଷ କରିବା ସହ ଦିନ ମଜୁରିଆ ଭାବେ କାମ କରି ହସ ଖୁସିରେ ସଂସାର ଚଳାଉଥିଲେ ଗୋପାଳ । ହେଲେ ଖୁସିର ସଂସାରରେ ହଠାତ ବଜ୍ର ପଡ଼ିଲା, ଯେତେବେଳେ ସେ କର୍କଟ ରୋଗରେ ପୀଡ଼ିତ ହୋଇଥିବା ଜାଣିବାକୁ ପାଇଲେ । ପ୍ରଥମେ ବ୍ରହ୍ମପୁର ଆଉ ତାହା ପରେ କଟକ, ସବୁଆଡେ ଦେଖାଇ ଦେଖାଇ ଧାର କରଜ କରି ୪ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି । ଏକ ବର୍ଷରୁ ଅଧିକ ଦିନ ହେଲା ଗୋପାଳଙ୍କ ଶରୀରରେ କ୍ୟାନସର ଭୂତାଣୁ ଚିହ୍ନଟ ହୋଇଛି । ତାଙ୍କର ରାସନ କାର୍ଡରେ ଯାହା ଚାଉଳ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ଭଳି । ବର୍ତ୍ତମାନ ଆଉ ଅଧିକ ଚିକିତ୍ସା ଲାଗି ତାଙ୍କ ପାଖରେ ପଇସା ନାହିଁ । ସେପଟେ ପତ୍ନୀ ଶୈଳ ଧର୍ଯ୍ୟହରା ହୋଇସାରିଲେଣି । ପାଖରେ ଔଷଧ ଖାଇବା ପାଇଁ ପଇସା ବି ନାହିଁ। ପତ୍ନୀ କୋହଭରା କଣ୍ଠରେ କାନ୍ଦ କାନ୍ଦ ହୋଇ ଚିକିତ୍ସା ପାଇଁ ସହାୟତା ନିବେଦନ କରିଛନ୍ତି । ଏପରିକି ପ୍ରଶାସନ ହେଉ କି କୌଣସି ସ୍ବେଛାସେବୀ ସଂଗଠନ ତାଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ସେ ଓ ତାଙ୍କ ପରିବାର ଆକୁଳ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here