ଗୌତମୀରେ ଅଣୁ କୈନ୍ଦ୍ରିକ ଜୈବିକ ଖାତ କେନ୍ଦ୍ର କାର୍ଯ୍ୟକ୍ଷମ ।

0
187

ବ୍ରହ୍ମପୁର, ୧୩/୦୬/୨୦୨୧: ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଗୌତମୀ ପଞ୍ଚାୟତ ସଦର ମହକୁମାରେ ଆଜି ପଞ୍ଚାୟତ ସ୍ତରୀୟ ଅଣୁ କୈନ୍ଦ୍ରିକ ଜୈବିକ ଖତ କେନ୍ଦ୍ରକୋଠା କାର୍ଯ୍ୟକ୍ଷମ ହୋଇଅଛି । ପଞ୍ଚାୟତ ମହିଳା ଆତ୍ମ ସହାୟିକା ଗୋଷ୍ଠୀ ତତ୍ତ୍ଵାବଧାନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପକୁ ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ଶୁଭାରମ୍ଭ କରି ଲୋକାର୍ପିତ କରିଛନ୍ତି । ଗ୍ରାମ୍ୟ ବର୍ଯ୍ୟବସ୍ତୁକୁ ଜୈବିକ ଉପାୟରେ ଉପଯୋଗିତା କରାଇ ପରିବେଶକୁ ସ୍ୱଚ୍ଛତା ରଖିବା ସହିତ ଜୈବିକ ଖତ ଭାବେ ବ୍ୟବହୃତ ପାଇଁ ଉଦ୍ଧିଷ୍ଟ ଯୋଜନାର ସଫଳ ରୂପାୟନ ପାଇଁ ଗ୍ରାମ ମହିଳା ଆତ୍ମ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟକାରିତା ନେଇ ସନ୍ତୋଷ ପ୍ରକଟ କରିଥିଲେ । ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଉପମା ଘଡାଇ ଉପସ୍ଥିତ ଏସ ଏଚ୍ ଜି ସଦସ୍ୟାଙ୍କୁ ପ୍ରକଳ୍ପ ପରିଚାଳନା ନେଇ ଜ୍ଞାନ ପ୍ରଦାନ କରିଥିଲେ । ସରପଞ୍ଚ ସୁଶାନ୍ତ ସ୍ବାଇଁ , ମହିଳା ସମିତି ସଭ୍ୟଙ୍କ ସହିତ ଭାରତୀ ଦୋରା , ରଶ୍ମିତା ଷଡ଼ଙ୍ଗୀ , ମାଝୀ ସ୍ବାଇଁ , ସନ୍ତୋଷୀ ଦୋରା , ଟୁନୀ ବିଷୋୟୀ , ପ୍ରମିଳା ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିବରାମ ରଣା , ରାଜୁ ବେହେରା , ସୁବାସ ଲେଙ୍କା , ସନ୍ତୋଷ ଲେଙ୍କା , ରୁଦ୍ର ହୋତା , ଶଙ୍କର ସ୍ବାଇଁ ପ୍ରମୁଖ ସହାୟତା କରିଥିଲେ ।

ସନ୍ତୋଷ କୁମାର ଦାଶ।

LEAVE A REPLY

Please enter your comment!
Please enter your name here