ଗଞ୍ଜାମ ଲୋକକଳା ହିଁ ଓଡ଼ିଶୀ କଳାର ଜନକ : ମନ୍ମଥ ଶତପଥୀ

0
182

ବ୍ରହ୍ମପୁର,୧୪/୦୬/୨୦୨୧: କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ଜୁମ୍ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ତୃତୀୟ ଲୋକକଳା ଦିବସ ପାଳନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଉପସଭାପତି ଲୋକକଳା ଗବେଷକ ମନ୍ମଥ ଶତପଥୀ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରି ଗଞ୍ଜାମ ଲୋକକଳା ହିଁ ରାଜ୍ୟର ଗର୍ବ ଓ ଗୌରବର ପ୍ରତୀକ ଓଡ଼ିଶୀ କଳାର ଜନକ ବୋଲି ନିଜସ୍ଵ ମତ ବ୍ୟକ୍ତ କରିଥିଲେ । ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯାତ୍ରା ଗବେଷକ ପ୍ରଫେସର ଡ଼ଃ. ପଦ୍ମଲୋଚନ ମହାକୁଡ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଲୋକନାଟ୍ୟ ଗୁରୁ ସନ୍ତୋଷ କୁମାର ପାଢୀ, ଭାରତୀ କଳା ନିକେତନ ପ୍ରତିଷ୍ଠାତା ଅଧ୍ୟାପକ ଡ଼ଃ. ଗୋପାଳ ମହାରଣା, କନ୍ଧମାଳ କଳାବିକାଶ କେନ୍ଦ୍ର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା, ଦ ୱାର୍ଲ୍ଡ ୱାଚ ସମ୍ବାଦ ପତ୍ରର ସମ୍ପାଦକ ଦିଲ୍ଲୀପ ଦାସ ପ୍ରମୁଖ ଅଂଶ ଗ୍ରହଣ କରି ନିଜ ନିଜ ଭିତ୍ତି ପ୍ରବନ୍ଧ ପାଠ ଭିତରେ ସମାଜ ସୁଧାର କ୍ଷେତ୍ରରେ ଲୋକକଳାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅବତାରଣା କରିଥିଲେ ।ସେହିଭଳି ନାଟ୍ୟକାର ଇନ୍ଦ୍ରମଣି ବାରିକ୍, ସାରସ୍ଵତ ସାଧକ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ପଣ୍ଡିତ ଆଚାର୍ଯ୍ୟ ସିମାଞ୍ଚଳ ଦାସ, ବରିଷ୍ଠ ସାଂସ୍କୃତିକ ସଂଗଠକ ବାହାଦୂର ପାଟଶାଣୀ, ବରିଷ୍ଠ କଳାକାର ଅମୂଲ୍ୟ କୁମାର ମୁଣ୍ଡ, ସାରସ୍ଵତ ସାଧକ ରାଜେନ୍ଦ୍ର ପାଢ଼ୀ, ଲୋକକଳା କଳାକାର ନାରାୟଣ ଦଣ୍ଡସେନା, ବରିଷ୍ଠ ଅଭିନେତ୍ରୀ ଗୀତା ସ୍ୱାଇଁ ପ୍ରମୁଖ ଅନ୍ୟତମ ଆଲୋଚକ ଭାବେ ଯୋଗଦେଇ ଲୋକକଳାର ସୁରକ୍ଷା ଓ ପ୍ରସାର ନିମନ୍ତେ ସରକାର ପ୍ରତ୍ୟେକ ଜିଲ୍ଲାରେ ଲୋକକଳା ଗବେଷଣା ପ୍ରତିଷ୍ଠାନ ଖୋଲି ମୃତପ୍ରାୟ ଲୋକକଳା ର ପୁନରୁଦ୍ଧାର ସହ ନୂତନ ପିଢ଼ିଙ୍କ ନିମନ୍ତେ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଦକ୍ଷିଣ ଓଡ଼ିଶାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ । ମହାସଂଘର ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରାରମ୍ଭରେ ସ୍ବାଗତ ଭାଷଣ କ୍ରମରେ ରାଜ୍ୟର ସମସ୍ତ କବି-କଳାକାର ତଥା ନାଟ୍ୟଶ୍ରମିକ ଭାଇ ଓ ଭଉଣୀ ମାନଙ୍କୁ ଲୋକକଳା ଦିବସ ପାଳନ ଅବସରରେ ଶୁଭେଚ୍ଛା ଜ୍ଞାପନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ କିଶୋର କପୂର୍, ବଳଦେବ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ପ୍ରଦୀପ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, ନୀଳାମ୍ବର ସାହୁ, ମାମୁନି ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ବରିଷ୍ଠ ମଞ୍ଚ ଅଭିନେତା, ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here