ସ୍ବର୍ଗତ ରାଜେନ୍ଦ୍ର ପାଢ଼ୀଙ୍କ ପାଇଁ ଶୋକବାର୍ତ୍ତା ପଠାଇଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ପାଳନ ହେଲା ଶୋକସଭା।

0
276

ବୁଗୁଡା, ୧୪/୦୬/୨୦୨୧: ପୂର୍ବତନ ବୁଗୁଡା ନଗର ବିଜୁ ଜନତା ଦଳ ସଭାପତି ରାଜେନ୍ଦ୍ର କୁମାର ପାଢୀଙ୍କ ପରଲୋକ ଗମନରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ନିଜ ବାର୍ତ୍ତାରେ ଶ୍ରୀ ପାଢ଼ୀଙ୍କ ବିୟୋଗ ଦଳ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ପ୍ରକାଶ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ପୂର୍ବତନ ନଗର ବିଜେଡି ସଭାପତି ସ୍ବର୍ଗତ ରାଜେନ୍ଦ୍ର କୁମାର ପାଢୀ ତଥା ଯୁବ ଗୋଷ୍ଟିର ପ୍ରିୟ ମୁନା ଭାଇଙ୍କ ଉଦ୍ଦେଶ୍ୟରେ ଜୁନ ୧୪ ତାରିଖ ଦିନ ବୁଗୁଡା ଶ୍ରୀ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପରେ ଏକ ଶୋକସଭା ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସ୍ବର୍ଗତ ରାଜେନ୍ଦ୍ରଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଶୋକବାର୍ତ୍ତା ପଠନ ହୋଇଥିଲା। ଏହି ଶୋକସଭାରେ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବିଜେଡି ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ମହାରଣା, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ଜଗନ୍ନାଥ ସାବତ ଓ ଯୋଗୀନ୍ଦ୍ର ସ୍ୱାଇଁ, ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଅଶୋକ ବିଷୋୟୀ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ରାଜେନ୍ଦ୍ର ପାଢ଼ୀଙ୍କ ସ୍ମୃତି ଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସ୍ବର୍ଗତ ପାଢ଼ୀଙ୍କ ବହୁ ବନ୍ଧୁ ଏବଂ ପୋଲସରା ନିର୍ବାଚନ ମଣ୍ଡଳୀର ଉଭୟ ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସରପଞ୍ଚ , ସମିତି ସଭ୍ୟ ସଭ୍ୟା ଓ ବିଜେଡି ସକ୍ରିୟ କର୍ମୀ ଯୋଗଦେଇଥିଲେ। ବିଧାୟକଙ୍କ ପ୍ରତିନିଧି କେ.ତ୍ରିଲୋଚନ ଦୋରା ଶୋକସଭା ରେ ସଂଯୋଜନା କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here