“ଓଡ଼ିଶୀ ନୃତ୍ୟୟନ” ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ ପାଳିତ

0
121

ବ୍ରହ୍ମପୁର,୧୫/୦୬/୨୦୨୧:ଆଜି ହେଉଛି ରଜ। ରଜ ତିନିଦିନ ପାଳିତ ହୁଏ, କିନ୍ତୁ ୨ ବର୍ଷ ହେବ କୋରନା ମହାମାରି ଯୋଗୁଁ ରଜ ମଉଜ ପୁରା ଫିକା ପଡି ଯାଇଚି । କିନ୍ତୁ “ଓଡ଼ିଶୀ ନୃତ୍ୟୟନ” ଅନୁଷ୍ଠାନ ପକ୍ଷରୁ ଆଜି ଅନଲାଇନ ମାଧ୍ୟମରେ ର ରଜ ଉତ୍ସବ ପାଳନ କରାଯାଇଛି । ଉକ୍ତ ଉତ୍ସବକୁ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନିଶାଙ୍କ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉତ୍ସବ କୁ ଉଦଘାଟିତ କରିବା ସହ ଡକ୍ଟର ବର୍ଣାଳି ବୈଶାଖୀ ପି.ଜି.ଟି ବାୟଲୋଜି କେ ସମ୍ମାନିତ ଅତିଥି ରୂପେ ବରିଷ୍ଠ ସାମ୍ବାଦିକଶ୍ରୀ ସୁଦିପ ସାହୁ ଯୋଗ ଦେଇ କାର୍ଯ୍ୟ କର୍ମକୁ ଉଦଘାଟିତ କରିଥିଲେ । ଉକ୍ତ ଉତ୍ସବରେ ୫୦ ରୁ ଉର୍ଦ୍ଧ୍ବ କୁନି ଝିଅ ମାନେ ରଜ ପର୍ବ ଉପରେ ଏବଂ ପୁରାତନ ସଂସ୍କୃତି କୁ ଆଧାର କରି ଅନେକ ନୃତ୍ୟ ସହ ପୁଚିଖେଳ, ରଜ ସଜବାଜ, ଆଧୁନିକ ନୃତ୍ୟ ଆଦି ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତି ଯୋଗିତା ରେ ବିଚାରକ ଭାବେ, ନୃତ୍ୟ ଅଳଙ୍କାର ସୁଶ୍ରୀ ସଂଗୀତା ପାଣିଗ୍ରାହୀ,ଶ୍ରୀ ଜିତେନ୍ଦ୍ର କୁମାର ଦାଶ ଲୋକନୃତ୍ୟ ଓ ଆଧୁନିକ ନୃତ୍ୟ ଗୁରୁ ଏବଂ ସାରଙ୍ଗ ଆଇ.ଜି.ଆଇ.ଟି ସହକାରୀ ପ୍ରଫେସର ଶ୍ରୀ ସୁମନ କୁମାର ଦାଶ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକର୍ମ କୁ ଓଡ଼ିଶୀ ନୃତ୍ୟଗୁରୁ ତଥା ଅନୁଷ୍ଠାନ ର ସଂପାଦକ ଶିବରାମ ବାରିକ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here