କଂଗ୍ରେସ ଆସିକା ସଂସଦୀୟ କ୍ଷେତ୍ରର ନୂତନ କର୍ମକର୍ତ୍ତା ଚୟନ

0
267

ବ୍ରହ୍ମପୁର,୧୫/୦୬/୨୦୨୧: ଗଞ୍ଜାମ ଜିଲ୍ଲା ଆସିକା କଂଗ୍ରେସ ସଂସଦୀୟ କ୍ଷେତ୍ରର ମ୍ୟୁନିସିପାଲଟି, ବିଜ୍ଞାପିତ ପରିଷଦ ଅଞ୍ଚଳ ଓ ବ୍ଲକ ସଭାପତି ପଦ ପଦବୀ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆସିକା ସଂସଦୀୟ କ୍ଷେତ୍ରର ବ୍ଲକ ଓ ଏନଏସିର ନୂତନ ସଭାପତି ଚୟନ କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ଆସିକା ବ୍ଲକ ସଭାପତି ଭାବେ ସୁଶାନ୍ତ କୁମାର ରାଉତ, ଆସିକା ଏନଏ ସି ସଭାପତି ଭାବେ ସରୋଜ କୁମାର ସାହୁ, ବେଲଗୁଣ୍ଠା ବ୍ଲକ ସଭାପତି ଭାବେ ନୃସିଂହ ଚରଣ ସାହୁ, ବେଲଗୁଣ୍ଠା ଏନଏସି ସଭାପତି ଭାବେ ସନ୍ତୋଷ ପଟ୍ଟନାୟକ, ସୋରଡା ବ୍ଲକ ସଭାପତି ଭାବେ ହରେକୃଷ୍ଣ ରଥ, ବୁଗୁଡା ବ୍ଲକ ସଭାପତି ଭାବେ ଶଙ୍କର୍ଷଣ ବେହେରା, ବୁଗୁଡା ଏନଏସି ସଭାପତି ଭାବେ ଦୁର୍ଗା ମାଧବ ପଣ୍ଡା, ପୋଲସରା ବ୍ଲକ ସଭାପତି ଭାବେ ଭାବନି ସାହୁ, ପୋଲସରା ଏନଏସି ସଭାପତି ଭାବେ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ଶେରଗଡ଼ ବ୍ଲକ ସଭାପତି ଭାବେ କୁନା ବିଷୋୟୀ, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ସଭାପତି ଭାବେ ସୁନାରାମ ସାବତ ,ହିଞ୍ଜିଳିକାଟୁ ସଭାପତି ଭାବେ ଶିବରାମ ପ୍ରଧାନ, ପୁରୁଷୋତ୍ତମପୁର ଏନଏସି ସଭାପତି ଭାବେ ମନରଞ୍ଜନ ଦାସ, ପୁରୁଷୋତ୍ତମପୁର ବ୍ଲକ ସଭାପତି ରୂପେ ପ୍ରଦୀପ କୁମାର ମହାରଣା, କବିସୂର୍ଯ୍ୟନଗର ବ୍ଲକ ସଭାପତି ଭାବେ ଶରତ ଚନ୍ଦ୍ର ଦାସ, କବିସୂର୍ଯ୍ୟନଗର ଏନଏସି ସଭାପତି ଭାବେ ବସନ୍ତ ଗୌଡ଼, ଧରାକୋଟ ବ୍ଲକ ସଭାପତି ସୁନୀଲ ଚୌଧୁରୀ, ସାନଖେମୁଣ୍ଡି ବ୍ଲକ ସଭାପତି ଭାବେ ବାବୁଲା ଦୋରା, ଖଲ୍ଲିକୋଟ ବ୍ଲକ ସଭାପତି ରୂପେ ମେଘନାଦ ଦଳାଇ, ଖଲ୍ଲିକୋଟ ଏନଏସି ସଭାପତି ଗଗନ ଚନ୍ଦ୍ର ପଟନାୟକ, ବେଗୁନିଆପଡା ବ୍ଲକ ସଭାପତି ଭାବେ ଭାବନି ପ୍ରସାଦ ଜେନାଙ୍କୁ ନୂତନ ଭାବେ ଚୟନ କରାଯାଇଛି। ଏହି ଅବସରରେ ସମସ୍ତ ନୂତନ ପଦପଦବୀ ରେ ନିଯୁକ୍ତି ପାଇଥିବା କର୍ମକର୍ତ୍ତାଙ୍କୁ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା ଶୁଭେଚ୍ଛା ଜଣାଇବା ସହ ଦଳୀୟ ସଂଗଠନ କୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here