ସଙ୍କଟରେ ଜୀବିକା । ସହାୟତା ପାଇଁ ନିବେଦନ କଲା ସାନଖେମୁଣ୍ଡି ତାଲୁକା ଭଣ୍ଡାରୀ ସମାଜ ।

0
140

ବ୍ରହ୍ମପୁର, ୨୩/୦୬/୨୦୨୧: ଦୀର୍ଘ କାଳୀନ କରୋନା କଟକଣା ଯୋଗୁଁ କୌଳିକ ବୃତ୍ତିକୁ ନେଇ ଜୀବିକା ନିର୍ବାହ କରୁଥିବା ଭଣ୍ଡାରୀ ସମ୍ପ୍ରଦାୟ ଏଵେ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । କରୋନା ଜନିତ ସରକାରୀ ଲକଡାଉନ ଓ ସଟଡାଉନ କାରଣରୁ ନିଷିଦ୍ଧ ହୋଇଯାଇଥିବା ପୂଜା , ପର୍ବପର୍ବାଣୀ , ବିବାହ , ବ୍ରତ , ମନ୍ଦିର ଦର୍ଶନ ଆଦି ସବୁଥିରେ କଟକଣା ଯୋଗୁଁ ଭଣ୍ଡାରୀ ବାପୁଡ଼ାର ପରିବାର ପ୍ରତିପୋଷଣ ଦୁର୍ବିସହ ହୋଇପଡିଛି । ଅନ୍ୟ ପକ୍ଷରେ ଦୋକାନ ବଜାର ବନ୍ଦ ଯୋଗୁଁ କେଶସଜା ମୁଣ୍ଡନ ସହ ସେଲୁନ ଦୋକାନକରି ଖିଅର କରି ପରିବାର ପୋଷୁଥିବା ଭଣ୍ଡାରୀ ସମାଜର ଜୀବିକା ଉଜୁଡି଼ଯାଇଛି । ବିବାହ ବ୍ରତ ପୂଜା ପର୍ବରେ ଏହି ଜାତିର କୌଳିକ ବୃତ୍ତି ଆବଶ୍ୟକ ହେଉଥିବା ବେଳେ ତାହା ମଧ୍ୟ ବନ୍ଦ ରହିଥିବା ଯୋଗୁଁ ସେମାନଙ୍କ ପରିବାର ପ୍ରତିପୋଷଣ ବିପନ୍ନ ସ୍ଥିତିରେ ଥିବା ନିଖିଳ ଉତ୍କଳ ଭଣ୍ଡାରୀ ସମାଜ (ତେଲୁଗୁ ) ସାନଖେମୁଣ୍ଡି ତାଲୁକା କମିଟି ପକ୍ଷରୁ ପ୍ରକାଶ ପାଇଛି । ସାନଖେମୁଣ୍ଡି ତାଲୁକା ଅନ୍ତର୍ଗତ ୩୧ ଗାଁରେ ଥିବା ୧୨୭ ଭଣ୍ଡାରି ପରିବାର କରୋନା ଯୋଗୁଁ ଏଭଳି କୌଳିକ ବୃତ୍ତିରୁ ବଞ୍ଚିତ ହୋଇ ଦୁଃଖ କଷ୍ଟରେ ଥିବା ପ୍ରକାଶ କରିଛନ୍ତି । ସରକାର ଓ ଜିଲ୍ଲାପ୍ରଶାସନ ଏଭଳି ଗରିବସମ୍ପ୍ରଦାୟ ପ୍ରତି ସହଯୋଗ ସହ ବଞ୍ଚିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ତାଲୁକା ସଭାପତି ଘନ ଡ଼ାକୁଆ , ସମ୍ପାଦକ ବିନୋଦ ଡ଼ାକୁଆ , ତାଲୁକାବେହେରା ହରିକୃଷ୍ଣ ଡ଼ାକୁଆ , ଉପସଭାପତି ଘନଶ୍ୟାମ ଡ଼ାକୁଆ , ସହ ସମ୍ପାଦକ ମୁରଲୀ ଡ଼ାକୁଆ ପ୍ରମୁଖ ନିବେଦନ କରିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here