ନଳକୂପ ରକ୍ଷଣାବେକ୍ଷଣ କାର୍ଯ୍ୟ ରେ ମହାଦୂର୍ନୀତି

0
373

ଭୂବନେଶ୍ୱର,୨୭/୦୬/୨୦୨୧:ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। ଗ୍ରାମାଞ୍ଚଳର ଜନସାଧାରଣ ଙ୍କ ପାନୀୟ ଜଳ ଯୋଗାଣ ପାଇଁ ନଳକୂପ ଖନନ ଠାରୁ ଆରମ୍ଭ କରି ପାଇପ ଯୋଗେ ପାନୀୟ ଜଳ ର ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବା ଉଦ୍ଦେଶ୍ୟରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି।ଏଥି ସମେତ ସମସ୍ତ ନଳକୂପ ର ନିୟମିତ ସଫା କରିବା ତଥା ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ମଧ୍ୟ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ଭୂବନେଶ୍ୱର ଏବଂ ସମ୍ବଲପୁର ଠାରେ ଦୁଇଟି RWSS mechanical Division ସ୍ଥାପନ କରି ଏହାର ଯନ୍ତ୍ରୀ ମାନେ ନଳକୂପ ଗୁଡିକ ର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। କିନ୍ତୁ କିଛି ଦୂର୍ନୀତିଗ୍ରସ୍ତ ଯନ୍ତ୍ରୀ ଏହାର ସୁଯୋଗରେ ମିଥ୍ୟା ବିଲ୍ ଜରିଆରେ ସରକାରୀ ରାଜସ୍ବ ଲୁଟ କରୁଛନ୍ତି।ଭୂବନେଶ୍ୱର ସ୍ଥିତ RWSS mechanical Division ଅଧିନରେ ୨୦-୩୦ ବର୍ଷ ପୁରୁଣା ଗାଡି TMC(Tractor mounted compressor) ଗୁଡିକ ଗ୍ରାମାଞ୍ଚଳରେ ପଡି ପଡି ରହିଥିବା ବେଳେ ଯାହାର insurance/fittness ନାହିଁ କିନ୍ତୁ ଏହା ବାବଦରେ ପେଟ୍ରୋଲ, ଡିଜେଲ, ଲୁବ୍ରିକେଣ୍ଟ, ସ୍ପେୟାର ପାର୍ଟସ ବାବଦରେ ପ୍ରତ୍ୟେକ ମାସରେ ମିଥ୍ୟା ବିଲ୍ ଜରିଆରେ ଦିନ ଦ୍ବିପ୍ରହର ରେ ଲୁଟ କରାଯାଉଛି।ଏହି ଡିଭିଜନ ଅଧିନରେ କୋଟି କୋଟି ଟଙ୍କା ବ୍ୟୟ ରେ Ground water resting ପାଇଁ Geological machine କିଣା ଯାଇଥିବା ବେଳେ ଏହା ଅବ୍ୟବହୃତ ଅବସ୍ଥାରେ ରହିଛି।ବର୍ତ୍ତମାନ ଏଠାରେ କାର୍ଯରତ ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ବିଶ୍ବାଳ ପୂର୍ବରୁ ଏହି ଡିଭିଜନ ଅଧିନ କଟକ ସବଡିଭିଜନ ଅଧିନ ଦୀର୍ଘ ୧୦/୧୨ ବର୍ଷ କାର୍ଯ୍ୟ କରି ମିଥ୍ୟା ବିଲ୍ କରିବାରେ ସେ ଯଥେଷ୍ଟ ପାରଙ୍ଗମ ଥିଲେ।ଏବେ ସେ ଅଧସ୍ତନ ଯନ୍ତ୍ରୀ ମାନଙ୍କ ଦ୍ବାରା ନଳକୂପ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ପାଇଁ ମିଥ୍ୟା ବିଲ୍ ଜରିଆରେ ରାଜସ୍ୱ ଲୁଟ କରାଯାଉଥିବା ଜଣାପଡ଼ିଛି।
ଓଡିଶା ପବ୍ଲିକ ଓ୍ବାର୍କ ଡିପାର୍ଟମେଣ୍ଟ(OPWD) କୋଡ଼ ଅନୁଯାୟୀ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ନିଜ ସର୍କଲ ଅଧିନରେ ଥିବା ପ୍ରତ୍ୟେକ ଡିଭିଜନ ର ପ୍ରତ୍ୟେକ ଟି କାର୍ଯ୍ୟ କୁ ତଦାରଖ କରିବା ଅଖଣ୍ଡ କ୍ଷମତା ପ୍ରଦାନ କରିଛି।OPWD code ,vol-1, para-2-2-15, para-2-2-16, para-2-2-17 ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ କରିବା, ସାଧାରଣ କାର୍ଯ୍ୟ ତଥା ପ୍ରଶାସନିକ ଦକ୍ଷତା ତଦାରଖ କରିବା, ଅଧସ୍ତନ କର୍ମଚାରୀ ଙ୍କ ଦକ୍ଷତା ତଦାରଖ କରିବା ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂକ୍ରାନ୍ତୀୟ ଖର୍ଚ୍ଚ ହେଉଥିବା ଅର୍ଥ (Method of Expenditure) ର ବିଲ୍ ଓ ଭାଉଚର କୁ ତଦାରଖ କରିବା ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟ ହୋଇଥିଲେ ସୁଦ୍ଧା ଭୂବନେଶ୍ୱର ଠାରେ ଅବସ୍ଥାପିତ (S.E, RWSS Mechanical circle) ଏଥି ପ୍ରତି ହସ୍ତକ୍ଷେପ କରୁନଥିବା ମନେ ହେଉଛି।କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଠାରେ ବହୁବାର ଅଭିଯୋଗ କରାଯାଇଥିଲା ସୁଦ୍ଧା କୈଣସି କାର୍ଯାନୁଷ୍ଠାନ ତ ଦୂର ର କଥା, ଅଭିଯୋଗ ଉପରେ ତଦନ୍ତ ମଧ୍ୟ କରାଯାଉନାହିଁ।ଏପରି ଦୂର୍ନୀତିଗ୍ରସ୍ତ ଯନ୍ତ୍ରୀ ଙ୍କ ସହ ରାଜ୍ୟ ସରକାରଙ୍କ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ହାତବାରିସି ତଥା ମଧୁଚନ୍ଦ୍ରିକା ଯୋଗୁଁ କୈଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅନୁମାନ କରାଯାଉଛି।ଯଦ୍ବାରା କି ଦୂର୍ନୀତିଗ୍ରସ୍ତ ଯନ୍ତ୍ରୀ ମାନେ ଦୂର୍ନୀତି କରିବାକୁ ସୁଯୋଗ ପାଉଛନ୍ତି।ଏଣୁ ଏହି ଡିଭିଜନ ଅଧିନ ରେ ହୋଇଥିବା ସମସ୍ତ କାର୍ଯ୍ୟ କୁ ଭିଜିଲାନ୍ସ ଦ୍ବାରା ତଦନ୍ତ କରିଲେ ବହୁ ଦୂର୍ନୀତି ର ପର୍ଦ୍ଦାଫାସ ହୋଇପାରିବ ଏବଂ ଦୋଷୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ରାଜ୍ୟ ସରକାର ଦୂର୍ନୀତି ମୁକ୍ତ ତଥା ସ୍ବଚ୍ଛ ଶାସନ ରୂପେ ପରିଚିତ ହୋଇପାରିବେ।

LEAVE A REPLY

Please enter your comment!
Please enter your name here