ଭାରସାମ୍ୟ ହରାଇ ବୋଲେରୋ ପିକ୍ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ୨୩ ଆହତ । ୩ ଗୁରୁତର

0
322

ବ୍ରହ୍ମପୁର, ୨୮/୦୬/୨୦୨୧:ଏକ ଅଭାବନୀୟ ଘଟଣା କ୍ରମରେ ଆଜି ଅପରାହ୍ନରେ ପାଟପୁର ଥାନା ଖଲିଙ୍ଗି ରାସ୍ତାରେ ଏକ ଯାତ୍ରୀ ବୋଝେଇ ବୋଲେରୋ ପିକାଅପ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଅଛି । ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିବା କାରଣରୁ ବୋଳେରୋରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଗାଡିରୁ ଛିଟିକିଯିବା ଏବଂ ଡାଲା ଭିତରେ ଚାପି ହେବା କାରଣରୁ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ପାଟପୁର ନିକଟ ଉସ୍ତା ଜଗନ୍ନାଥପୁର ମୁଖ୍ୟ ରାସ୍ତାରେ ଘଟିଥିବା ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆହତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆମ୍ବୁଲାନ୍ସ ଦ୍ଵାରା ନିକଟ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଅଛି । ଖବର ପାଇ ପାଟପୁର ଥାନା ପକ୍ଷରୁ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ ସହ ଗୁରୁତରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଯାଇଛି ।
ସୂଚନା ପ୍ରକାରେ ଖଲିଙ୍ଗି ଗ୍ରାମରୁ କରପଡ଼ା ଅଭିମୁଖେ ଯାଉଥିବା ମାଲବାହୀ ବୋଲର ପିକାପ୍ ନଂ ଓ ଡି – ୦୭ ଏଫ୍ ,୩୦୬୯ ରେ ପ୍ରାୟ ୨୫ ରୁ ଉର୍ଦ୍ଧ ପୁରୁଷ , ମହିଳା ଓ ଶିଶୁ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାରେ ସମସ୍ତେ ଆହତ ଥିବା ଜଣାଯାଇଛି ।୨୩ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ସୂଚନା ରହିଅଛି । ଗୁରୁତର ଥିବା କରପଡ଼ାର ବାବୁ ବେହେରା , ଗୋପୀ ବେହେରା ଓ ଗୋପାଳ ବେହେରାଙ୍କୁ ବ୍ରହ୍ମପୁର ପଠାଯାଇଥିବା ଖବର ରହିଅଛି । ପାଟପୁର ଥାନା ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରାଯିବା ସହିତ ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ମିଳିଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here