ଚୋରା ବାଲି ଚାଲାଣ ରୋକିବା ଲାଗି ପ୍ରୟାସ

0
327

ଶେରଗଡ,୨୮/୦୬/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ବ୍ଳକର ବିଭିନ୍ନ ନଦୀରୁ ପ୍ରତ୍ଯେହ ଶହଶହ ଚୋରା ବାଲି ଟ୍ରକ ଚାଲାଣ ହେଉଛି।ଫଳରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ଘଟୁଛି ।ଏହାକୁ ରୋକ୍ ଲଗାଇବା ପାଇଁ ଶେରଗଡ ତହସିଲଦାର ଦୟାସିନ୍ଧୁ ପରିଡା ଓ ଶେରଗଡ ପୋଲିସ ସଦଳବଳେ ଗୋଠଗାଁ ରେ ପହଞ୍ଚି ଚୋରାଚାଲାଣ ହେଉଥିବା ୧୪ଟି ବାଲିଟ୍ରକକୁ ଜବତ କରିଛନ୍ତି। ଚୋରା ବାଲି ଚାଲାଣ ରୋକିବା ପାଇଁ ଆଜି ତହସିଲଦାର ପିତ୍ତଳ ସ୍ଥିତ ସନ୍ତୋଷପୁର ଆର୍ ଆଇ ଅଫିସ ରେ ରାତ୍ରିଯାପନ କରି ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here