ବିଶ୍ୱ କଲ୍ୟାଣ ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

0
313

ବ୍ରହ୍ମପୁର,୨୯/୦୬/୨୦୨୧:ଆଜି ସ୍ଥାନୀୟ ଭାବିନିପୁର ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ଦିବ୍ୟଜୀବନ ସଙ୍ଘ ଦ୍ୱାରା ୧୦୮ହନୁମାନ ଚାଲିଶା ପାରାୟଣ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଦିବ୍ୟଜୀବନ ସଙ୍ଘ ଲାଞ୍ଜିପଲ୍ଲୀ ଶାଖାର ପ୍ରତିଷ୍ଠାତା ସ୍ୱାମୀ ହରିଶରଣାନନ୍ଦ ସରସ୍ବତୀ ମହାରାଜା ଅଧ୍ୟକ୍ଷତା କରିଥିଲେ।ପ୍ରାତଃ ଜୟ ଗଣେଶ କୀର୍ତ୍ତନ, ଜପଧ୍ୟାନ,ବିଶ୍ୱ ପ୍ରାର୍ଥନା, ବିଭୁ ପ୍ରାର୍ଥନା, ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ଶାନ୍ତି ପାଠ କରାଯାଇଥିଲା।ସ୍ୱାମୀଜୀ କହିଥିଲେ ତ୍ରିବେଣୀ ସଂଗମରେ ସ୍ନାନ ଦ୍ୱାରା ମନର ସବୁ ବିକାର ନଷ୍ଟ ହୋଇଥାଏ।ସେହିପରି ସାଧୁ ସଙ୍ଗ ଦ୍ୱାରା ମନରେ ଆଧ୍ୟାତ୍ମିକ ଭାବନା ଜାତ ହେବା ସହ ମନ ଭଗବାନଙ୍କ ଠାରେ ଲାଗିରହେ ଓ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ମିଳେ।ଗଙ୍ଗା ଭକ୍ତି, ଯମୁନା କର୍ମ ଓ ସରସ୍ବତୀ ଜ୍ଞାନ ର ପ୍ରତୀକ ଅଟନ୍ତି।ରାମ ଭଗବାନ ଜ୍ଞାନ,ସୀତା ମାତା ଭକ୍ତି ଓ ଲକ୍ଷ୍ମଣ ବୈରାଗ୍ୟର ପ୍ରତୀକ ଅଟନ୍ତି।ହନୁମତ ମହାରାଜ ସର୍ବଦା ସେବାପାଇ ନିରନ୍ତର ତତ୍ପର ହୋଇଥାନ୍ତି।ଏହି କାର୍ଯ୍ୟକ୍ରମରେ ଇ.ସୀମାଞ୍ଚଳ, ବାସନା ରାଜୁ,ବି.ରାମଚନ୍ଦ୍ର ପାତ୍ର, ଇ.ସାଗରିକାଙ୍କ ସହ ସପରିବାର ଯୋଗଦାନ ଦେଇଥିଲେ।ଗିରିଜା ପ୍ରସାଦ ସିଂହ ଓ ଦେବବ୍ରତ ଧନ୍ୟବାଦ ଜଣାଇଥିଲେ।ଠିକ୍ ସେହିପରି ସୁକୁଣ୍ଡା ନୃସିଂହ ମନ୍ଦିରରେ ବି ମାରୁତି ସତସଙ୍ଗ କେନ୍ଦ୍ରର ସଭାପତି ସହଦେଵ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମ ଦିବ୍ୟଜୀବନ ସଙ୍ଘ ପଦ୍ଧତିରେ ଅନୁଯାଇ ହୋଇଥିଲା।କମିଟିର କର୍ମକର୍ତ୍ତା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here