ସହକାରୀ ଶିକ୍ଷକଙ୍କ ଟିଉସନ ପିଲାଙ୍କୁ ଅଧିକ ମାର୍କ !!!

0
295

ବୁଗୁଡା,୨୯/୦୬/୨୦୨୧: ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମର ଶ୍ରୀକାନ୍ତ ସ୍ୱାମୀ ତପୋବନ ନୋଡାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କିଛି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳରେ ମାର୍କ କମ ରହିଥିବା ବେଳେ ସହକାରୀ ଶିକ୍ଷକଙ୍କ ନିକଟରେ ଟିଉସନ କରୁଥିବା ପିଲାଙ୍କୁ ଅଧିକ ମାର୍କ ଦିଆଯାଇଥିବା ଆଭିଯୋଗ କରି ମଙ୍ଗଳ ବାର ଦିନ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ସହକାରୀ ଶିକ୍ଷକ ଶଙ୍କର ଜେନାଙ୍କୁ ବହିଷ୍କାର କରି ସେମାନଙ୍କ ମାର୍କ ବଢ଼େଇବା ପାଇଁ ଦାବୀ କରିଛନ୍ତି। ସହକାରୀ ଶିକ୍ଷକ ଶଙ୍କର ଜେନା ଜଣେ ସରକାରୀ ଶିକ୍ଷକ ହୋଇ ଘରୋଇ ଟିଉସନ କରି ନିୟମକୁ ଉଲଂଘନ କରୁଥିବା ଅଭିଯୋଗ ହୋଇଛି। ସହକାରୀ ଶିକ୍ଷକଙ୍କ ଟିଉସନରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କୁ ଶ୍ରୀ ଜେନା ଅଧିକ ମାର୍କ ଦେଇଥିବା ବେଳେ ଯେଉଁମାନେ ତାଙ୍କ ଟିଉସନରେ ପଢୁନାହାଁନ୍ତି ସେମାନଙ୍କୁ କମ୍ ମାର୍କ ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଆନ୍ଦୋଳନ ରତ ଛାତ୍ର ଛାତ୍ରୀ ବୃନ୍ଦ। ସ୍କୁଲରେ ଶିକ୍ଷକ ଅଭାବ ରହିଥିବା ବେଳେ ଶିକ୍ଷକ ଶଙ୍କର ଜେନାଙ୍କୁ ଉତ୍ତର ଖାତା ମୂଲ୍ୟାୟନ କରିବା ପାଇଁ ଦିଆଯାଇଥିଲା । ହେଲେ ସେ ସ୍କୁଲରେ ମୂଲ୍ୟାୟନ ନକରି ନିଜ ଘରକୁ ନେଇ ଟିଉସନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମୂଲ୍ୟାୟାନ କରିଥିବା ଅଭିଯୋଗ କରିଛନ୍ତି ଧାରଣା ଦେଇଥିବା ଛାତ୍ରଛାତ୍ରୀ। ଜିଲ୍ଲା ଶିକ୍ଷାଧିକାରୀ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହୋଇଥିବା ଉତ୍ତର ଖାତା କୁ ନିରପେକ୍ଷ ଭାବେ ଯାଞ୍ଚ କରି ପକ୍ଷପାତ କରିଥିବା ପ୍ରମାଣିତ ହେଲେ ସେହି ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here