ମୁଦ୍ରଣ ଖବର କାଗଜରେ ପ୍ରକାଶିତ ଖବରକୁ ନେଇ ସ୍ପଷ୍ଟିକରଣ

0
300

ଛତ୍ରପୁର,୨୯/୦୬/୨୦୨୧:ଗତ ୨୬.୦୬.୨୦୨୧ ରିଖରେ ଦୈନିକ ଖବରକାଗଜ ସମ୍ୱାଦ ଏବଂ ଅନୁପମଭାରତରେ ପ୍ରକାଶିତ ‘ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅନିୟମିତତା’ ଖବରକୁ ନେଇ ଜିଲ୍ଲା ପ୍ରଶାସନ, ଗଞ୍ଜାମ ତରଫରୁ ସ୍ପଷ୍ଟିକରଣ ଦିଆଯାଉଅଛିକି ଯେ, ଏହିଭଳି ପ୍ରକାଶିତ ଖବରକୁ ଜିଲ୍ଲା ପ୍ରଶାସନ ସବୁବେଳେ ଗୁରୁତର ସହ ବିଚାର କରନ୍ତି । ଲୋକଙ୍କ ସ୍ବାର୍ଥ ନିମନ୍ତେ ମନରେଗା ଯୋଜନା କାର୍ଯ୍ୟକାରିତାକୁ ନେଇ ପ୍ରଶାସନ ସବୁବେଳେ ସକ୍ରିୟ ଥାଆନ୍ତି । ଯଦି ବି କୌଣସି ଅନିୟମିତତା ହେବାର ନଜର ପ୍ରଶାସନ ଦୃଷ୍ଟିକୁ ଆସେ ତେବେ ତୁରନ୍ତ ଏବଂ ଆକ୍ରମଣାତ୍ମକ ଭାବରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏହି ଯୋଜନାର ସଫଳ କାର୍ଯ୍ୟକାରିତା ଯେପରି ହେବ ସେହିଦିଗରେ ପ୍ରଶାସନ ପ୍ରଥମିକତା ଭିତ୍ତିରେ ସଦାସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ତଥା ଗ୍ରାମାଞ୍ଚଳରେ ରହୁଥିବା ଲୋକ ମାନଙ୍କୁ ସର୍ବୋଚ୍ଚ ଏବଂ ଅଧିକ ସଂଖ୍ୟକ ନିଶ୍ଚିତ ଜୀବିକା ଯୋଗାଇବାର ପ୍ରୟାସ ଜାରି ରଖିଛି । ଏହି ଯୋଜନା କାର୍ଯ୍ୟକାରି ସମୟରେ ସର୍ବଦା ସ୍ବଚ୍ଛତା ଏବଂ ଉତ୍ତରଦାୟୀତ୍ବ ଉପରେ ଗୁରୁତ୍ବ ଦିଆଯାଉଛି । ବାସ୍ତବରେ ଜିଲ୍ଲା ପ୍ରଶାସନର ପ୍ରାଥମିକତା ହେଉଛି ସମସ୍ତ କର୍ମ ନିଯୁକ୍ତି ଖୋଜୁଥିବା ଲୋକଙ୍କୁ ୧୦୦ ଦିନର ରୋଜଗାର ଯୋଗାଇ ଗଞ୍ଜାମର ଗ୍ରାମୀଣ ଅର୍ଥନୀତିକୁ ମଜବୁତ୍ ଓ ସୁଦୃଢ କରିବା ସଙ୍ଗେସଙ୍ଗେ MGNREGS ଅଧିନରେ ସୁନ୍ଦର ସ୍ଥାୟୀ ଗ୍ରାମୀଣ ସମ୍ପତ୍ତି ସୃଷ୍ଟି କରିବା । ଏହାର କାର୍ଯ୍ୟକାରିତା ସମୟରେ କୌଣସି ଅଘଟଣ ବା ଅନିୟମିତତା ଦେଖାଗଲେ ତୁରନ୍ତ ଅପରାଧିଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାର ସମାଧାନ କରାଯାଇଥାଏ । ଦୁଃଖର ବିଷୟ ବେଳେବେଳେ କିଛି ଅସାମାଜିକ ବ୍ୟକ୍ତି ଜିଲ୍ଲା ପ୍ରଶାସନକୁ ବଦନାମ୍ କରିବା ଉଦ୍ଦେଶ୍ୟରେ ଷଡଯନ୍ତ୍ର କରି ଥାଆନ୍ତି, ଏହା ଦ୍ବାରା ଅନେକ ହିତାଧିକାରୀ କର୍ମ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇ ଥାଆନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଜଣାଇ ଦେବାକୁ ଚାହେଁ କୌଣସି ସମାଲୋଚନା ବା ପ୍ରତିକୂଳ ମନ୍ତବ୍ୟ ଜିଲ୍ଲା ପ୍ରଶାସନର ପାରଦର୍ଶିତା ଓ କାର୍ଯ୍ୟକାରିତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଅଧିକନ୍ତୁ ଏହି ଭଳି ସମାଲୋଚନା ଏହି ଯୋଜନାକୁ ନିର୍ଭୁଲ ଭାବରେ ସମ୍ପାଦନ କରିବ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବ । ଘଡିସନ୍ଧି କୋଭିଡ୍ ମହାମାରୀ ସମୟ ମଧ୍ୟରେ ଲୋକଙ୍କ ଜୀବିକା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ କଳକୁ ଅଧିକ କ୍ରିୟାଶୀଳ ତଥା ଉତ୍ସର୍ଗୀକୃତ ସେବା ଯୋଗାଇଦେବା ଦିଗରେ ପ୍ରୟାସ ଜାରି ରଖିଛି । ଏହି ପ୍ରକାଶିତ ଖବର ଉପରେ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗ୍ରାମୀଣ ରୋଜଗାର ସେବକ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଏବଂ ଅଭିଯୁକ୍ତ ଗାଁ ସାଥୀ ବା Mate କୁ ଅପସାରଣ କରାଯାଇଅଛି । ଏହା ସହିତ ଯେ କୌଣସି ସମୟରେ ଏହି ଯୋଜନାରେ ଅନିୟମିତତା ଜିଲ୍ଲା ପ୍ରଶାସନର ନଜରକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁଣ୍ଠାବୋଧ କରିବ ନାହିଁ ।

LEAVE A REPLY

Please enter your comment!
Please enter your name here