ମାଁ ବ୍ୟାଘ୍ରଦେବୀଙ୍କ ନିମନ୍ତ୍ରଣ ଯାତ୍ରା ଅନୁଷ୍ଠିତ

0
215

ଚିକିଟି,୩୦/୦୬/୨୦୨୧ : ଉପକୂଳବର୍ତ୍ତୀ ବୃହତ୍ତମ ହରିଜନଗ୍ରାମ ସୋରଳ ଗ୍ରାମରେ ଗ୍ରାମଦେବୀ ମାଁ ବ୍ୟାଘ୍ରଦେବୀଙ୍କ ୨୦୦ ବର୍ଷହେଲା କୁଲାଡ଼ବ୍ୟାଘ୍ରଦେବୀ ଠାରୁ ନିମନ୍ତ୍ରଣକରି ଆଣିଥବା ପରମ୍ପରାକୁ ବଜାୟ ରଖିବା ପାଇଁ ପାରମ୍ପରିକ ରୀତିରେ ଆଷାଢ଼ମାସ ଆଦ୍ୟ ମଙ୍ଗଳବାର ତିଥି ଅନୁଯାୟୀ ବାର୍ଷିକ ଉତ୍ସବ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ତେଲୁଗୁ ସମ୍ପ୍ରଦାୟର କୋଈନାଚ, ବାଘନାଚ, ସାପ-ସାପୁଆଣୀ, ତିନଟି ନାମ ସଂକୀର୍ତ୍ତନ ଦଳଦ୍ୱାରା ଉତ୍ସହିତ କରାଯିବା ସହ ଆତଶବାଜି ବିମୋହିତ କରିଥିଲା।
ଯୁବଗୋଷ୍ଠୀ ମାଁଙ୍କ ବାର୍ଷିକ ଉତ୍ସବରେ ସହଯୋଗ କରିଥିଲେ | ସରପଞ୍ଚ ଶ୍ରୀ ଡି.ଦାମୋଦର ରେଡ୍ଡୀ, ସମିତି ସଭ୍ୟ ଶ୍ରୀ ଗିରିଧର ବେହେରା, ସି. ଏଚ .ମୋହନ ରେଡ୍ଡୀ,ପି.ମୋହନ ରାଓ, ଟି. ତ୍ରିନାଥ ରେଡି, ପି ମର୍ଦ୍ଦରାଜ ରେଡ୍ଡୀ ନାଇଡ଼ୁ ବଳରାମ ରେଡ୍ଡୀଙ୍କ ସମେତ ଗ୍ରାମର ବହୁ ଭଦ୍ରବ୍ୟକ୍ତି ସହାୟତା କରିଥିଲେ | ଚଳିତ ବର୍ଷ ବାର୍ଷିକ ଉତ୍ସବରେ ମା’ ବ୍ୟାଘ୍ରଦେବୀଙ୍କ ପୂଜାର୍ଚନା, ଗ୍ରାମ ପରିକ୍ରମା ଏବଂ ସୁ-ଉଚ୍ଚ ତୋରଣ, ଆଲୋକମାଳା ସାଜସଜା ନିରାଡ଼ମ୍ବର ଭାବେ ସମ୍ପନ୍ନ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here