ବନ ମହୋତ୍ସବ ସପ୍ତାହ ଚତୁର୍ଥ ଦିବସ ପାଳିତ

0
127

ବ୍ରହ୍ମପୁର,୦୪/୦୭/୨୦୨୧: ଆଜି ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି l ଚତୁର୍ଥ ଦିବସ ଅବସରରେ ରା୍ଳବ ସ୍ଥିତ ତୁଳସୀ ବିହାର ମୁଖ୍ୟ ରାସ୍ତା ରେ ଚାଳିଶି ଗୋଟି ବାଦାମ, କଦମ୍ବ, ଟିକିମା ଆଦି ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା ସେହି ଭଳି ସମାତ୍ତରଳ ଭାବେ ସୁକୁଣ୍ଡା ଘାଇ ହୁଡା ରେ ସମାଜର ବିଭିନ୍ନ ବର୍ଗ ର ଲୋକଙ୍କୁ ନେଇ ବୃକ୍ଷ କୁ ପୋଷ୍ୟ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଏଭଳି କାର୍ଯ୍ୟକ୍ରମ ପରିକଳ୍ପନା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ଅନେକ ଲୋକ ନିଜର ଜନ୍ମ ଦିବସ, ବିବାହ,ମାଙ୍ଗଳିକ କାର୍ଯ୍ୟକ୍ରମ , ଆତ୍ମିୟ ଙ୍କ ସ୍ମୃତି ରକ୍ଷା ପାଈଁ ଗୋଟିଏ ବୃକ୍ଷ ରୋପଣ ଇଛା ରହୁଛି କିନ୍ତୁ ସେମାନଙ୍କ ପାଖରେ ସ୍ଥାନ ର ଅଭାବ ମୁଖ୍ୟ ସମସ୍ୟା ରହୁଛି । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ଇଛା ପୂରଣ ସହ ପ୍ରକୃତି ସୁରକ୍ଷା ହୋଇପାରୁଛି ।
ଆଜିର କାର୍ଯ୍ୟକ୍ରମରେ ଦଶ ଗୋଟି ବର ଓ ଅଶ୍ୱତ୍ଥ ବୃକ୍ଷ ରୋପଣ ସହ ସେମାନଙ୍କ ରକ୍ଷା ପାଈଁ ୧୧ ଜଣ ବ୍ୟକ୍ତି ବିଶେଷ ଡା. ପି. ରବି କୁମାର, ଅଧ୍ୟାପକ ରମେଶ ପ୍ରଧାନ,କଳାଞ୍ଜଳି ଅନୁଷ୍ଠାନ ର ରମେଶ୍ୱରୀ ନନ୍ଦ, ମହାତ୍ମା ହ୍ୟାଲପିଙ୍ଗ ହାଣ୍ଡସ ର ଏମ ଭେଙ୍କଟ ରାମଣ,ସଂଗ୍ରାମ ବିଶୋଇ, ସତ୍ୟ ସୁନ୍ଦର ସାମନ୍ତ, ସନ୍ତୋଷ ପାତ୍ର, ସିଦ୍ଧାର୍ଥ ପାତ୍ର ପ୍ରମୁଖ ଉପସ୍ଥିତ ରହି ପୋଷ୍ୟ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମରେ ସଭାପତି ଶିବରାମ ପାଣିଗ୍ରାହୀ, ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ସାଗର କୁମାର ପାତ୍ର ,ସମ୍ପାଦକ ବିଜେନ୍ଦ୍ର ମାଝୀ,ଦିପକ ପାତ୍ର,ରାକେଶ କୁମାର ବିଶୋଇ , ଜେ. ବିନୋଦ, ଶିବରାମ ବେହେରା, ବନମାଳୀ ପ୍ରଧାନ,ରାକେଶ ମାଲ୍ଲୁ , ବିଦେଶୀ ଦାସ ପ୍ରମୁଖ୍ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here