ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ ନେତା ଓ କର୍ମୀ।। ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଶ୍ରଦ୍ଧାଞ୍ଜଳୀ ରାୟ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଲେ

0
17

ଭୁବନେଶ୍ୱର,୦୨/୦୫/୨୦୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାର ସଂକଳ୍ପ ନେଇ ଆଜିକୁ ୮ମାସ ଧରି ପ୍ରତ୍ୟେକ ଦିନ ବିଭିନ୍ନ ଦଳରୁ ନେତା, ମନ୍ତ୍ରୀ, ସାଂସଦ ଓ କାର୍ଯ୍ୟକର୍ତାମାନେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ଓଡ଼ିଶାରେ ଚାଲିଥିବା ଅଣଓଡ଼ିଆ ଶାସନକୁ ସମୂଳେ ଧ୍ୱଂସ କରି ବିଜେପି ସରକାର ଗଠନ କରିବା ଓଡ଼ିଶାବାସୀଙ୍କ ଲକ୍ଷ୍ୟ । ବିଜେଡି ୨୫ବର୍ଷ ଧରି ଅନ୍ୟାୟ, ଅନିତି, ଦୁର୍ନୀତି, ଭ୍ରଷ୍ଟାଚାର ଚଳାଇଛି, ବ୍ୟଭିଚାରି ଶାସନକୁ ହଟାଇବା ପାଇଁ ଓଡ଼ିଶାର ଲୋକେ ସଚେତନ ହୋଇଛନ୍ତି । ଚଳିତ ନିର୍ବାଚନ ଲଢ଼ିବାର ଦାୟିତ୍ୱ ନେଇଛନ୍ତି ସାଧାରଣ ଜନତା । ଯୁବକ, କୃଷକ, ମହିଳାଙ୍କ ଉନ୍ନତୀ ପାଇଁ ବିଜେପି ସର୍ବଦା ସଂକଳ୍ପବଦ୍ଧ । ୨୫ବର୍ଷରେ ନବୀନ ଯାହା କରିନି ୫ବର୍ଷ ବିଜେପିକୁ ସରକାର ଆସିଲେ ତାହା କରିଦେଖାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଶ୍ରଦ୍ଧାଞ୍ଜଳୀ ରାୟ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀମତୀ ରାୟଙ୍କ ସହ ଶିଳ୍ପପତି ରଞ୍ଜିତାଭ ମହାନ୍ତି, ପ୍ରିୟବ୍ରତ ବିଶ୍ୱାଳ, ବ୍ୟବସାୟୀ ଆଶିଷ କୁମାର ନାୟକ, ସମାଜସେବୀ ଅନୁପମା ପାଢ଼ୀ, ଲଳିତା ମଞ୍ଜରୀ ବେହେରା, ସାମ୍ବାଦିକ ଲଳିତେନ୍ଦୁ ପହରି, ବିଜେଡି ସଦସ୍ୟ ବେବିରାଣୀ ଦାସ, ଦୀପ୍ତି ମହାପାତ୍ର, ରୀତାରାଣୀ ମିଶ୍ର, ଗୌତମ ଦାସ, ଅଶୋକ କୁମାର ସାହୁ, ରମାକାନ୍ତ ସ୍ୱାଇଁ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ବିଜେଡି ରାଜ୍ୟ ସମ୍ପାଦକ ମଙ୍ଗଳ ସାହୁ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।
ବାଲିକୁଦା ଏରସମାର ମାନସ କର ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ କରଙ୍କ ସମେତ ତପନ କୁମାର ମହାପାତ୍ର, ସୁନୀଲ ରାଉତ, ରାକେଶ କୁମାର ମହାପାତ୍ର, ବିଦ୍ୟାଧର ବେଜ୍‌, ମୃତ୍ୟୁଞ୍ଜୟ ମହାପାତ୍ର, ଦେବେନ୍ଦ୍ର ମହାପାତ୍ର, ବାବୁନି ମହାପାତ୍ର, କୁନା ବରାଳ, ସଂଗ୍ରାମ ବେହେରା, ସୂର୍ଯ୍ୟକାନ୍ତ ଭୋଳ, ବାବାଜୀ ସେଠୀ, ସଞ୍ଜୟ ମାଝୀ, ବିକ୍ରମ ମହାପାତ୍ର ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।
ସେହିପରି ଧାମନଗର ନିର୍ବାଚନ ମଣ୍ଡଳୀର କରଦା ଗ୍ରାମ ପଂଚାୟତ ପୂର୍ବତନ ପଂଚାୟତ ସମିତି ସଦସ୍ୟ ତଥା ବିଜେଡି ସାଧାରଣ ସମ୍ପାଦକ କୁଳମଣି ବେହେରା ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ବେହେରାଙ୍କ ସହ ଦାସରଥ ଦାସ, ଦୀପକ ଦାସ, ସୁଜିତ୍ କୁମାର ପଣ୍ଡା, ଉଧବ ସାହୁ, ରାହସ ବେହେରା ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।
ରାଜ୍ୟ ସଭାପତି ମନମୋହନ ସାମଲ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ସାମଲ ସଦସ୍ୟତା କରାଇଥିଲେ ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ସମ୍ପାଦକ ସରୋଜ କର, ସୋର ବିଧାୟକ ପ୍ରାର୍ଥୀ ରାଜୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here