କଳିଙ୍ଗ ଜ୍ୟୋତି ର ସ୍ବର୍ଗତ ସାମ୍ବାଦିକଙ୍କ ପରିବାରକୁ ମିଳିଲା କୋଭିଡରେ ମୃତ୍ୟୁ ବରଣ ସହାୟତା।

0
342

ବୁଗୁଡା, ୨୩/୦୭/୨୦୨୧ : “କଳିଙ୍ଗ ଜ୍ୟୋତି” ଦୈନିକ ଖବର କାଗଜର ବୁଗୁଡା ବ୍ଲକର ପୂର୍ବତନ ପ୍ରତିନିଧି ସ୍ବର୍ଗତ ରତ୍ନାକର ମହାରଣା କୋଭିଡ ୧୯ ସଂକ୍ରମଣରେ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ରାଜ୍ୟ ସରକାର କୋଭିଡ ୧୯ ସଂକ୍ରମଣରେ କୌଣସି କର୍ମଜୀବୀ ସାମ୍ବାଦିକ ମୃତ୍ୟୁ ବରଣ କଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଥିଲେ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଞ୍ଜୁରୀ ପରେ ଓଡ଼ିଶାରେ କୋଭିଡିରେ ମୃତ୍ୟୁ ବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ୨ କୋଟି ୫୫ ଲକ୍ଷ ଟଙ୍କା ମିଳିବାକୁ ଯାଉଛି। ସେହି ୧୭ ଜଣ ସ୍ବର୍ଗତ ସାମ୍ବାଦିକ ମଧ୍ୟରେ ଅଛନ୍ତି ବୁଗୁଡା ବ୍ଲକ କଳିଙ୍ଗ ଜ୍ୟୋତି ର ପ୍ରତିନିଧି ରତ୍ନାକର ମହାରଣା ଓ ପୋଲସରା ବ୍ଲକ ର ସମାଜ ପ୍ରତିନିଧି କିଶୋର ଚନ୍ଦ୍ର ଦାଶ। ସ୍ବର୍ଗତ ମହାରଣାଙ୍କ ସମେତ ୧୭ ଜଣ ସାମ୍ବାଦିକଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିବା ଯୋଗୁଁ ବୁଗୁଡା ପ୍ରେସ କ୍ଲବ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଥମେ କୃତଜ୍ଞତା ଜଣାଇବା ସହ ସ୍ବର୍ଗତ ମହାରଣାଙ୍କ ପାରିବାରକୁ ଆର୍ଥିକ ସହାୟତା ମିଳିବାରେ ସହଯୋଗ କରିଥିବା କଳିଙ୍ଗ ଜ୍ୟୋତି ଖବର କାଗଜର ସମ୍ପାଦକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ଦାଶ, ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେ, ଗଞ୍ଜାମ ଜିଲ୍ଲା ପ୍ରସାରଣ ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ବେହେରା, ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ, ଭଞ୍ଜନଗର ଉପଖଣ୍ଡ ପ୍ରସାରଣ ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଫକୀର ମୋହନ ମାଝୀ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଭକ୍ତ ଚରଣ ତ୍ରିପାଠୀ, ବୁଗୁଡା ତହସିଲଦାର ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ଜେନା , ଜିଲ୍ଲା ପ୍ରସାରଣ ଓ ଲୋକସମ୍ପର୍କ ଅଫିସର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଆନ୍ତରିକ ସହଯୋଗ କରିଥିବା ଯୋଗୁଁ ବୁଗୁଡା ପ୍ରେସ କ୍ଲବ ପକ୍ଷରୁ ସାଧୁବାଦ ପ୍ରଦାନ କରା ଯାଇଛି। ସେହିପରି ସ୍ୱର୍ଗତ ରତ୍ନାକର ମହାରଣାଙ୍କ ଧର୍ମପତ୍ନୀ ମଧ୍ୟ ସମସ୍ତଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here