କୋରନା ରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକ ଙ୍କ ପରିବାର କୁ ସହାୟତା ଘୋଷଣା, ମଞ୍ଜୁର ହେଲା ୨କୋଟି ୫୫ଲକ୍ଷ

0
409

ଭୂବନେଶ୍ୱର,୨୪/୦୭/୨୦୨୧:
କୋରନା ରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକ ଙ୍କ ପରିବାର କୁ ଆର୍ଥିକ ସହାୟତା ପାଇଁ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ୨କୋଟି ୫୫ଲକ୍ଷ ମଞ୍ଜୁର କରିଛନ୍ତି।କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। କୋଭିଡ଼ ମହାମାରୀରେ ବିଗତ ଦିନରେ ପ୍ରାଣ ହରାଇଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାର ପାଇଁ ୨ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୭ ଜଣ ସାମ୍ବାଦିକଙ୍କ ମଧ୍ୟରୁ ଏହିମାନେ ସହାୟତା ପାଇବେ ।ପ୍ରଦୀପ କିଶୋର ସାହୁ, ସମ୍ବାଦ, ଗଞ୍ଜାମ
ଗୋବିନ୍ଦ ବେହେରା, ଟିଭି ନିଉଜ ୬(ୱେବ), ଗଞ୍ଜାମ,କିଶୋର ଚନ୍ଦ୍ର ଦାଶ, ସମାଜ, ଗଞ୍ଜାମ,ନରେଶ କୁମାର ବେହେରା, ଓଡ଼ିଶା ଫାଇଲ୍ସ, ଗଞ୍ଜାମ,ରତ୍ନାକର ମହାରଣା, କଳିଙ୍ଗ ଜ୍ୟୋତି, ଗଞ୍ଜାମ,
ନୀଳୟ ରଂଜନ ପଟ୍ଟନାୟକ, ବ୍ଲକ ପ୍ରତିନିଧି, ଗଞ୍ଜାମ,କରୁଣାକର ସାହୁ, ଅନୁପମ ଭାରତ, ଗଞ୍ଜାମ
ମାନସ ଜୟପୁରିଆ, ଜି–ଓଡ଼ିଶା, ଭୁବନେଶ୍ୱର,ବସନ୍ତ ଦାସ, ମୁକ୍ତବୃତ୍ତି ସାମ୍ବାଦିକ , ଭୁବନେଶ୍ୱର
ବିଜୟନ ଲକ୍ଷ୍ମୀ ମହାନ୍ତି, ଆଜିକାଲି, ଭୁବନେଶ୍ୱର,ପ୍ରୀତିମାନ ମହାପାତ୍ର, ଟାଇମ୍ସ ଅଫ୍ ଇଣ୍ଡିଆ, ଭୁବନେଶ୍ୱର
ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ବାଦ, ବଲାଙ୍ଗୀର,ଯତୀଶ ଚନ୍ଦ୍ର ଖମାରୀ, ସମ୍ବାଦ, ବଲାଙ୍ଗୀର,କୈଳାଶ ଚନ୍ଦ୍ର ସାହୁ, ପ୍ରଗତିବାଦୀ, ବଲାଙ୍ଗୀର
ଅଶୋକ କୁମାର ସାହୁ, ମନ୍ଥନ, ଯାଜପୁର,ପ୍ରଭାତ କୁମାର ରାଉତରାୟ, ଲୋକ ସଂପର୍କ, ଯାଜପୁର,ଭାନୁପ୍ରକାଶ ରଥ, ନକ୍ଷତ୍ର ଟିଭି, କଳାହାଣ୍ଡି।

LEAVE A REPLY

Please enter your comment!
Please enter your name here