ବୁଲା ପଶୁ ଓ ପକ୍ଷୀ ମାନଙ୍କ ସେବାକେନ୍ଦ୍ର ପାଇଁ ଭୂମିପୂଜା ।

0
298

ପୋଲସରା, ୨୩/୦୭/୨୦୨୧ : ପୋଲସରା ବ୍ଲକ ଅନ୍ତର୍ଗତ ବେଲଗାଁ ଗ୍ରାମ ଛକଠାରେ ବୁଲା ପଶୁପକ୍ଷୀ ମାନଙ୍କ ସେବା ପାଇଁ ଏକ ପଶୁପକ୍ଷୀ ସେବାକେନ୍ଦ୍ର ନିର୍ମାଣ ପାଇଁ ଜୁଲାଇ ୨୩ ତାରିଖ ଦିନ ଜୀବଦୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୂମିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୂମିପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ଭୂମି ପୂଜା କରିଥିବା ବେଳ ସମ୍ମାନୀୟ ଅତିଥି ଭାବେ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ଯୋଗ ଦେଇଥିଲେ। ଜୀବଦୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୁଲା ପଶୁପକ୍ଷୀମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ସେମାନଙ୍କ ସେବା କରିଆସୁଥିବା ବେଳେ ବର୍ଷା ଋତୁରେ ରୋଗଗ୍ରସ୍ତ ପଶୁପକ୍ଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ହୃଦୟଙ୍ଗମ କରି ସେମାନଙ୍କ ସୁରକ୍ଷା ପାଇଁ ଗୃହ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଟ୍ରଷ୍ଟ ପକ୍ଷରୁ ବେଲଗାଁ ଛକ ନିକଟରେ ସେହି ପଶୁପକ୍ଷୀମାନଙ୍କ ସୁରକ୍ଷା ପାଇଁ ନୂତନ ଗୃହ ନିର୍ମାଣ ସକାଶେ ଭୂମି ପୂଜା କରାଯାଇଥିଲା। ଜୀବଦୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖରାଦିନେ ବୁଲା ପଶୁପକ୍ଷୀ ପାଣି ପିଇବା ପାଇଁ ବେଲଗାଁ ଛକରୁ ପୋଲସରା ପର୍ଯ୍ୟନ୍ତ ସିମେଣ୍ଟ କୁଣ୍ଡ ରଖି ଜଳ ଯୋଗାଣ ବ୍ୟବସ୍ଥା କରିଥିଲେ। ବୁଦ୍ଧିଜୀବୀ ମହଲରେ ଜୀବଦୟା ଚାରିଟେବୁଲ ଟ୍ରଷ୍ଟର ବୁଲା ପଶୁପକ୍ଷୀ ଙ୍କ ସେବା କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୋଲସରା ନଗର ବିଜେଡି ସଭାପତି ରଞ୍ଜିତ କୁମାର ସାହୁ, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା, ସାଂସଦ ପ୍ରତିନିଧି ମୋଚିରାମ ସାହୁ, ଗୋପାଳ କୃଷ୍ଣ ସାହୁ, ରଞ୍ଜନ ପାଣିଗ୍ରାହୀ, ଭଗବାନ ସାହୁ ପ୍ରମୁଖଙ୍କ ସମେତ ଜୀବସେବା ଚାରିଟେବୁଲ ଟ୍ରଷ୍ଟର ସଭାପତି ବିକ୍ରମ କୁମାର ପ୍ରଧାନ, ଉପସଭାପତି ସୁଶାନ୍ତ କୁମାର ମହାରଣା, ସମ୍ପାଦିକା ମାମି ପ୍ରଧାନ, ଯୁଗ୍ମ ସମ୍ପାଦକ ଶୁଭ୍ରମତି ପଟ୍ଟନାୟକ, କୋଷାଧ୍ୟକ୍ଷ ଧନୁ ସାହି ଏବଂ କାର୍ଯ୍ୟକରଣୀ ସଦସ୍ୟ ସୀମାଞ୍ଚଳ ବିଷୋୟୀ ଓ ସନ୍ତୋଷ କୁମାର ପ୍ରଧାନ ଉପସ୍ଥିତ ଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here