ବେଗୁନିଆପଡା ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ଛଅ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ

0
866

ବ୍ରହ୍ମପୁର,୨୩/୦୭/୨୦୨୧ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ଆଜି ବେଗୁନିଆପଡା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚିବା ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ କମଳକାନ୍ତ ସାହୁ ଙ୍କ ଜରିଆରେ ଏକ ଛଅ ଦଫା ଦାବୀ ସମ୍ବଳିତ ପତ୍ର ମାନ୍ଯବର ରାଜ୍ଯପାଳ ଓଡିଶା, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ୫ ଟି ସଚିବ ଓଡିଶା, ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ଓଡିଶା, ମୁଖ୍ୟ ଶାସନ ସଚିବ ଓଡିଶା, ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ବିଭାଗ ଓଡିଶା, ସଚିବ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ଙ୍କ ଉଦ୍ଦେଶ୍ଯ ରେ ପ୍ରଦାନ କରାଯାଇଛି । ଏଥିରେ ବେଗୁନିଆପଡ଼ା ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ର ସଭାପତି ଶ୍ରୀ ଅଭୟ କୁମାର ସାହୁ, ସମ୍ପାଦକ କେ. ଅଶୋକ କୁମାର ସେନାପତି, ଉପଦେଷ୍ଠା ରାଜେନ୍ଦ୍ର କୁମାର ସାହୁ, ପଙ୍କଜ କୁମାର ବେହେରା, ଯୁଗ୍ମ ସମ୍ପାଦକ ପୁରୁଷୋତ୍ତମ ସ୍ଵାଇଁ, କୋଷାଧ୍ଯକ୍ଷ କବିରାଜ ଜେନା, ସଦସ୍ୟ ସନ୍ତୋଷ କୁମାର ନାୟକ, ସନ୍ତୋଷ କୁମାର ପାଢ଼ୀ, ତପନ କୁମାର ଜେନା, ଶରତ କୁମାର ପରିଡା, ପ୍ରଶାନ୍ତ କୁମାର ବିଶୋୟୀ, ରବିନ୍ଦ୍ର କୁମାର ସ୍ଵାଇଁ, ପଦ୍ମ ଚରଣ ପ୍ରଧାନ, ପ୍ରଫୁଲ୍ଲ କୁମାର ମହାରଣା, ଟିଟୁ ରାଉତ, ଶ୍ରୀମତୀ ଲୁମ୍ବିନୀ, ସୁଶ୍ରୀ ମିନି କୁମାରୀ ନନ୍ଦ, ସମାଜସେବୀ ଏ. ଆନଦ ରାଓ, ଦନାର୍ଦ୍ଧନ ଆଚାରୀ, ସ୍ଵେଚ୍ଛାସେବୀ ବିଭୂତି ପ୍ରଧାନ ସମେତ ବହୁ ବିଦ୍ୟାଳୟ ର କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିବା ସହ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here