ବୁଗୁଡାର ବିଜୁ ଛାତ୍ର ଓ ଯୁବ ଜନତା କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

0
487

ବୁଗୁଡା, ୦୩/୦୮/୨୦୨୧ : ବୁଗୁଡା ଅଞ୍ଚଳରୁ ବିଜୁ ଛାତ୍ର ଓ ଯୁବ ଜନତା ଦଳର ଜିଲ୍ଲା କର୍ମକର୍ତ୍ତା, ବୁଗୁଡା ବ୍ଲକ କର୍ମକର୍ତ୍ତା, ଓ ବୁଗୁଡା ନଗର କର୍ମକର୍ତ୍ତା ମାନଙ୍କୁ ଅଗଷ୍ଟ ୩ ତାରିଖ ଦିନ ବୁଦ୍ଧଖୋଲ କଲ୍ୟାଣୀ ମଣ୍ଡପ ପରିସରରେ ବୁବୁଡ ବ୍ଲକ ଓ ନଗର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ଭାବେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବା ବେଳେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସାଂସଦ ପ୍ରତିନିଧି କବିରାଜ ଗୌଡ଼, ନଗର ସାଂସଦ ପ୍ରତିନିଧି ଚିତ୍ରସେନ ପ୍ରଧାନ, ବ୍ଲକ ବିଧାୟକ ପ୍ରତିନିଧି କିଶୋର ଚନ୍ଦ୍ର ବେହେରା, ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ସେଠୀ, ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁ ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ଉପସଭାପତି ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର, ସମ୍ପାଦକ ରାଜାରାମ ନାୟକ, ବୁଗୁଡା ବ୍ଲକ ସଭାପତି ଟୁକୁନା ଜେନା, ବୁଗୁଡା ନଗର ସଭାପତି କେଶବ ଚନ୍ଦ୍ର ସାହୁ, ବ୍ଲକ ଡିଜିଟାଲ ସମ୍ପାଦକ ସରୋଜ କୁମାର ଗୌଡ଼ ଓ ନଗର ଡିଜିଟାଲ ସମ୍ପାଦକ ନାରାୟଣ ସାହୁ ଏବଂ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ହର ପ୍ରସାଦ ମହାପାତ୍ର, ସାଧାରଣ ସମ୍ପାଦକ ସାହିଲ କୁମାର ପ୍ରଧାନ, ଜିଲ୍ଲା ସମ୍ପାଦିକା ଜ୍ୟୋତିଶ୍ରୀ ସାହୁ, ବ୍ଲକ ସଭାପତି ବଳରାମ ନାୟକ, ନଗର ସଭାପତି ଦୀପକ କୁମାର ମିଶ୍ର, ବ୍ଳକ ଡିଜିଟାଲ ସମ୍ପାଦକ ବାଳକୃଷ୍ଣ ସାହୁ, ଓ ନଗର ଡିଜିଟାଲ ସମ୍ପାଦକ ସୁନୀଲ କୁମାର ଦାଶ ପ୍ରମୁଖଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଯୁବ ଓ ଛାତ୍ର ସଂଗଠନର ମନୋନୀତ ନୂତନ କର୍ମକର୍ତ୍ତା ବୃନ୍ଦ ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ଭିତ୍ତି କରି ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ସଂଗଠିତ କରି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଜନମଙ୍ଗଳ ପଦକ୍ଷେପ ଗୁଡିକୁ ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇ ଆମର ପ୍ରିୟ ବିଧାୟକ ଶ୍ରୀକାନ୍ତ ଭାଇଙ୍କ ହାତମୁଠା ଟାଣ କରିବାକୁ ଆନ୍ତରିକ ଉଦ୍ୟମ ଜାରି ରଖିବୁ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବହୁ ସରପଞ୍ଚ, ସମିତି ସଭ୍ୟ, ଓ ଆଗ ଧାଡ଼ିର ନେତା ଓ କର୍ମୀବୃନ୍ଦ ଯୋଗଦେଇଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here