ପୁରୁଣା ବ୍ରହ୍ମପୁର ଭାରତୀୟ ଜନତା ପାର୍ଟି ମଣ୍ଡଳ ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
472

ବ୍ରହ୍ମପୁର,୦୩/୦୮/୨୦୨୧:ଗଞ୍ଜାମ ଜିଲ୍ଲା ପୁରୁଣା ବ୍ରହ୍ମପୁର ଭାରତୀୟ ଜନତା ପାର୍ଟି ମଣ୍ଡଳ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବିନାୟକ ରଥଙ୍କ ସଭାପତିତ୍ୱ ଏବଂ ସାଧାରଣ ସମ୍ପାଦକ କେ ଟୂଙ୍ଗୁରୁ ପାତ୍ରଙ୍କ ପରିଚାଳନା ସହାୟତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ଜିଲ୍ଲା ବିଜେପିର ପୁର୍ବତନ ସଭାପତି ଶ୍ରୀ କାହ୍ନୁ ଚରଣ ପତି , ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ଏବଂ ମଣ୍ଡଳ ପ୍ରଭାରୀ ପ୍ରବୀର ପାତ୍ର ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକାରିଣୀ ବୈଠକରେ ମଣ୍ଡଳରେ ରହିଥିବା ବିଭିନ୍ନ ସମସ୍ୟା ସମ୍ବଳିତ ଏକ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଥିଲା। ଏହି ଚିଠା ପ୍ରସ୍ତାବରେ ପାରିତ ହୋଇଥିବା ମୁଖ୍ୟ ସମସ୍ୟା ଗୁଡିକ ମଧ୍ୟରେ ଡ୍ରେନ ସମସ୍ୟା , ବିଦ୍ୟୁତ ସମସ୍ୟା , ସଫେଇ ସମସ୍ୟା , ରାସ୍ତା ଘାଟ ମରାମତି ଇତ୍ୟାଦି ସମସ୍ୟା ଗୁଡିକ ଉପରେ ଉପସ୍ଥିତ କାର୍ଯ୍ୟକର୍ତା ମାନେ ଆଲୋକପାତ କରିଥିଲେ। ଆଇନା ବନ୍ଦ ପୁନରୁଦ୍ଧାର ଏବଂ ଆଗା ସାହି ସ୍ଥିତ ପାଠାଗାରକୁ ତୁରନ୍ତ ମରାମତି କରିବା ପାଇଁ ଏହି କାର୍ଯ୍ୟକାରିଣୀ ଦାବି ଜଣାଇଥିଲା। ୨ ନଂ ୱାର୍ଡ ବାସିନ୍ଦାଙ୍କୁ ଆବାସ ଯୋଜନାରେ ଘର ମିଳିବା ନେଇ ସରକାର ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଆଜି ପର୍ୟ୍ଯନ୍ତ ସେମାନଙ୍କୁ ଘର ପ୍ରଦାନ କରାଯାଇନାହିଁ ତେଣୁ ତୁରନ୍ତ ସେମାନଙ୍କୁ ଘର ପ୍ରଦାନ କରିବା ଏବଂ ଜନିବାଲି ପ୍ରକଳ୍ପ ନିମନ୍ତେ ଖୋଳା ଯାଇଥିବା ରାସ୍ତା ତୁରନ୍ତ ପୁନରୁଦ୍ଧାର କରିବା ନିମନ୍ତେ ଏହି କାର୍ଯ୍ୟକାରିଣୀ ଦାବି ଜଣାଇଥିଲା। ଏହି ଅବସରରେ ମଣ୍ଡଳର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here