ଏସ ଗୋପାଳପୁର ପଞ୍ଚାୟତରେ କ୍ଲଷ୍ଟରସ୍ତରୀୟ ମନରେଗା ସଚେତନା ଓ ସମୀକ୍ଷା ବୈଠକ

0
231

ବ୍ରହ୍ମପୁର, ୧୧/୦୮/୨୦୨୧: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜନିତ ଏକ କ୍ଲଷ୍ଟର ସ୍ତରୀୟ ସଚେତନା ଓ ସମୀକ୍ଷା ବୈଠକ ଆଜି ଏସ ଗୋପାଳପୁର ପଞ୍ଚାୟତ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଯାଇଅଛି । ଡେଙ୍ଗାଡ଼ି , କଉଡ଼ିଆ , କଙ୍କୋରଡ଼ା , ଆଡପଡ଼ା ଏସ ଗୋପାଳପୁର ଆଦି ପଞ୍ଚାୟତର ଗାଁ ସାଥିଙ୍କୁ ନେଇ ଅନୁଷ୍ଠିତ ଏହି ସଚେତନା କାର୍ଯ୍ୟକ୍ରମରେ ରୋଜଗାର ସେବକ , ନିର୍ବାହୀ ଅଧିକାରୀ , କନିଷ୍ଠ ଯନ୍ତ୍ରୀ , ବୈଷୟିକ ସହାୟକ ଉପସ୍ଥିତ ରହି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଚୂଡାନ୍ତ ରୂପରେଖକୁ ନେଇ ତର୍ଜମା କରିଥିଲେ । କରୋନା ସଂକ୍ରମଣ ପରବର୍ତ୍ତୀ ଶ୍ରମ ନିଯୁକ୍ତି ଭିତ୍ତିରେ ମନରେଗା କାର୍ଯ୍ୟକ୍ରମରେ ଶତ ପ୍ରତିଶତ ଆଶାୟୀଙ୍କୁ କାମଧନ୍ଦା ଯୋଗାଇବା ସହିତ ଯୋଜନାର କାର୍ଯ୍ୟକାରିତା ଅନୁଯାୟୀ ଶ୍ରମିକ ମଜୁରୀ ପ୍ରଦାନ , ଆଦର୍ଶ ଗୁହାଳ , ବନୀକରଣ , ଗ୍ରାମ ବଗିଚା , ଚେକ୍ ଡେମ ନିର୍ମାଣ ସହିତ ଜଳସେଚନ ପାଇଁ ସେଚକୁପ ନିର୍ମାଣ ନେଇ ଗାଁ ହିତାଧିକାରୀଙ୍କୁ ସଚେତନା କରିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା । ଏସ ଗୋପାଳପୁର ସରପଞ୍ଚ ନିରାକାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ମନରେଗା ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ଅରୁଣ କୁମାର ସ୍ବାଇଁ ଯୋଜନା ସମନ୍ଧରେ ଆଲୋକପାତ କରିଥିଲେ । ସମିତି ସଭ୍ୟ ରଂଜନ କୁମାର ବରାଡ , ନାଏବ ସରପଞ୍ଚ ଶ୍ରୀମତୀ ଗୀତା ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବୈଷୟିକ କର୍ମଚାରୀ , ଅଧିକାରୀଙ୍କ ସହିତ ଗାଁ ସାଥିଙ୍କ ମିଳିତ ସହଯୋଗ କାମନା କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here