ଅନମୋଲ କାରଖାନା ଶ୍ରମିକଙ୍କୁ ଛଟେଇ ଓ ଲେ-ଅଫ୍ କରିବା ବିରୁଦ୍ଧରେ ଟିୟୁସିଆଇ ପକ୍ଷରୁ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0
166

ଭୁବନେଶ୍ୱର,୧୧/୦୮/୨୦୨୧: ଟ୍ରେଡ୍ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଓଡିଶା ରାଜ୍ୟ କମିଟି ପକ୍ଷରୁ ଆଜି ଶତାଧିକ ଶ୍ରମିକ ଆଜି ବିରାଟ ପଟୁଆର ସହ ଶୋଭାଯାତ୍ରାରେ ଯାଇ ଅନମୋଲ କାରଖାନା ଶ୍ରମିକଙ୍କୁ ଛଟେଇ ଓ ଲେ-ଅଫ୍ କରିବା ବିରୋଧରେ ଏବଂ ଓଡିଶା ସରକାର କୋଭିଡ ମହାମାରୀ ସମୟରେ ଶିଳ୍ପ ବିବାଦ ଆଇନରେ ଶ୍ରମିକଙ୍କ ସପକ୍ଷରେ ଠିଆ ହେବା ବଦଳରେ ମାଲିକ ସପକ୍ଷରେ ଠିଆ ହୋଇଥିବା ଯୋଗୁଁ ଏହାର ଦୃଢ ପ୍ରତିବାଦ କରି ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିଲେ । ପ୍ରକାଶ ଥାଉ ଯେ, ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଅନମୋଲ ବିସ୍କୁଟ କମ୍ପାନୀରେ ୩୦୦ ସ୍ଥାୟୀ ଓ ଠିକା ଶ୍ରମିକ ମିଶି ବିସ୍କୁଟ ଉତ୍ପାଦନ କରିଥାନ୍ତି । ଦୀର୍ଘ ବର୍ଷ ହେଲା କମ୍ପାନୀ ଏହି ଶ୍ରମିକ ମାନଙ୍କୁ ଶ୍ରମ ଆଇନରେ ଥିବା ଅଧିକାରରୁ ବଂଚିତ କରି ଆସୁଅଛି । ଟ୍ରେଡ୍‌ ୟୁନିଅନ୍‌ ଗଠନ କରିବାର ଅଧିକାର, ସରକାର ଘୋଷିତ ସର୍ବନିମ୍ନ ମଜୁରି ନଦେବା ଆଦି ଶ୍ରମ ଆଇନ ଉଲ୍ଲଘଂନ ବିରୋଧରେ ପାଟି ଖୋଲିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଛଟେଇ ଧମକ, ଦରମା କାଟି ଧମକ ଚମକ ଦେବା ସାଧାରଣ ଘଟଣା ହୋଇଛି । ୨୦୧୯ ମସିହାରୁ ଟିୟୁସିଆଇ ଉଦ୍ୟମରେ ୟୁନିଅନ ଗଠନ ହେଲା, ଆଇନ ଅନୁସାରେ ପଞ୍ଜୀକୃତ କରାଯାଇଛି ମଧ୍ୟ । ନିଜ ଅଧିକାର ପାଇଁ ଶ୍ରମିକମାନେ ସଂଗଠିତ ଉପାୟରେ ଶାନ୍ତିପୂର୍ଣ ଭାବେ ନିଜରଦାବୀ ବିଭିନ୍ନ ସମୟରେ ଦାବି ରଖୁଛନ୍ତି । ଏହାର ସମାଧାନ ନିମନ୍ତେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଏହା ପଡିରହିଛି ।
ଅନ୍ୟପଟେ ମ୍ୟାନେଜମେଣ୍ଟ ଭଡାଟିଆ ଗୁଣ୍ଡାଙ୍କ ଦ୍ବାରା ୟୁନିଅନ ନେତାମାନଙ୍କୁ କାର୍ଯ୍ୟ ପରିସରରୁ ଘୋଷାଡି ନେଇ ଫାଟକ ବାହାରେ ଆକ୍ରମଣ କରାଇ ଲହୁ ଲୁହାଣ ମଧ୍ୟ କରିଛି । ତାହା ବିରୁଦ୍ଧରେ ୟୁନିଅନ ଆଇନଗତ ଲଢ଼େଇ ଓ ପ୍ରତିବାଦ କରିଛି ସିନା, କେବେ ମଧ୍ୟ ହିଂସା ଆଚରଣ କରି ନାହିଁ ।
କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଶ୍ରମିକମାନେ ଲକଡାଉନ ଜନିତ କାମ ବନ୍ଦ ର ପୂର୍ଣ୍ଣ ମଜୁରୀ ପାଇବା କଥା କିନ୍ତୁ ଏଯାବତ୍ ଅନମୋଲର ସମସ୍ତ ଶ୍ରମିକଙ୍କୁ ମିଳି ପାରିଲାନାହିଁ ।ଜିଲ୍ଲା ଶ୍ରମ ଅଧିକାରୀ ଛଳ କରି ମ୍ୟାନେଜମେଣ୍ଟ ସପକ୍ଷରେ ଠିଆ ହୋଇଛି । ଅନମୋଲ ମ୍ୟାନେଜମେଣ୍ଟ ନିଜର ସମସ୍ତ ମାନବିକତା ଭୁଲି ପ୍ରତିଷୋଧ ପରାୟଣ ହୋଇ ୟୁନିଅନର ୪ ଜଣ କର୍ମକର୍ତ୍ତା ଙ୍କୁ ବଦଳ କରିଥିଲା । ଶ୍ରମିକମାନେ ଦୃଢ ବିରୋଧ କରିଥିଲେ କିନ୍ତୁ ମ୍ୟାନେଜମେଣ୍ଟ ପ୍ରତିକ୍ରିୟାଶୀଳ ହୋଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବସ କରି ସମସ୍ତ ଶ୍ରମିକଙ୍କୁ ଲେ-ଅଫ ନୋଟିସ ପ୍ରଦାନ କରିଥିଲା । ୟୁନିଅନ ସହ କୌଣସି ଆଲୋଚନା ନାହିଁ କିମ୍ବା କୌଣସି ଆଗୁଆ ନୋଟିସ ନାହିଁ । ଏହା ବିରୋଧରେ ଜୁଲାଇ ୧ରୁ କାରଖାନା ସମ୍ମୁଖରେ ଖରା ବର୍ଷାରେ ଶ୍ରମିକମାନେ ଦୀର୍ଘ ୩୮ ଦିନ ହେଲାଣି ଧାରଣାରେ ବସି ରହିଛନ୍ତି । ଏଭଳି ଘୋର ଶ୍ରମିକ ବିରୋଧି ଆଚରଣ ଓ ମହାମାରୀ ସମୟରେ ଆମାନବୀୟ ବ୍ୟବସ୍ଥାର ଖାଲି ଭାତ ହାଣ୍ଡିରୁ ଗୋଟିଏ ଭାତର କାହାଣି । ଓଡିଶାରେ ଏମିତି ଅନେକ କମ୍ପାନୀ ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ଶ୍ରମ ଅଧିକାରୀମାନେ ପ୍ରଚ୍ଛନ୍ନ ମଦତ ମଧ୍ୟ ଯୋଗାଇଛନ୍ତି । ଖାଲି ଏତିକି ନୁହେଁ ଓଡ଼ିଶା ସରକାର କେନ୍ଦ୍ର ସରକାରର ଶ୍ରମିକ ବିରୋଧ ମାଲିକ ସପକ୍ଷବାଦୀ ନୀତିରେ ତାଳ ଦେଇ ମହାମାରୀ ସମୟରେ ୧୨ ଘଣ୍ଟା କାର୍ଯ୍ୟ କରିଛନ୍ତି, ଶିଳ୍ପ ବିବାଦ ଆଇନରେ ସଂଶୋଧନ କରି ମାଲିକ ମାନଙ୍କୁ ମନଇଛା ଲେ-ଅଫ ଓ ଛଟେଇ କରିବାର ଲାଇସେନ୍ ଦେଇଛନ୍ତି । ଏହାକୁ ଟିୟୁସିଆଇ ଓଡିଶା ରାଜ୍ୟ କମିଟି ଦୃଢ ବିରୋଧ ଓ ନିନ୍ଦା କରୁଛି । ଶ୍ରମ କମିଶନର ତୁରନ୍ତ ହସ୍ତକ୍ଷେପ କରି ଅନମୋଲ ବିସ୍କୁଟ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ପାଇଁ ଦୃଢ ପଦକ୍ଷେପ ନେବା ପାଇଁ ଏହି ଦାବି କୁ କାର୍ଯ୍ୟକାରୀ କରନ୍ତୁ ନଚେତ ଟିୟୁସିଆଇ ନେତୃତ୍ୱରେ ଶ୍ରମିକଙ୍କ ଦୁର୍ବାର ଆନ୍ଦୋଳନ ସରକାର ପାଇଁ ବିପଦ ସୃଷ୍ଟି କରିବ । ଦାବି ଗୁଡିକ ହେଲା ୧. ଲେ-ଅଫ ନୋଟିସ ତୁରନ୍ତ ପ୍ରତ୍ୟାହାର କରାଯାଉ,୨. କାରଖାନା ଗୁଲୁ କରାଯାଉ, ୩.
ଶିଳ୍ପ ବିବାଦ ଆଇନ ୨୦୨୦ ମସିହାରେ ଓଡିଶା ସରକାର କରିଥିବା ଶ୍ରମିକ ବିରୋଧୀ ସଂଶୋଧନକୁ ପ୍ରତ୍ୟାହାର କରାଯାଉ। ଏଥିରେ ଟିୟୁସିଆଇ ର ରାଜ୍ୟ ସମ୍ପାଦକ ସବ୍ୟସାଚୀ ମହାପାତ୍ର, ଉପ ସଭାପତି ରାଜେନ୍ଦ୍ର ପ୍ରସାଦ ବାରିକ, ଯୁଗ୍ମ ସମ୍ପାଦକ ସୁବଳ ଚରଣ ମହାପାତ୍ର, ସିପିଆଇ(ଏମ୍ ଏଲ୍)ରେଡଷ୍ଟାର ର ରାଜ୍ୟ ସମ୍ପାଦିକା ପ୍ରମିଳା ବେହେରା, ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ର ବିଚିତ୍ର ପାତ୍ର, ବସ୍ତି ସୁରକ୍ଷା ମଞ୍ଚ ର ସଭାପତି ହେନା ବାରିକ ଆଦି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here