ବିଦ୍ୟୁତ ତାର ଲାଗି ଦୁଇ ମୃତ, ଜଣେ ଗୁରୁତର

0
324

ବ୍ରହ୍ମପୁର,୧୧/୦୮/୨୦୨୧ ( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନ୍ଦୁରିଆପଡା ଗ୍ରାମରେ ଏକ ଅଘଟଣ ଘଟିଯାଇଛି l ଘରକାମ କଲାବେଳେ ବିଦ୍ୟୁତ ସଂସ୍ପର୍ଶରେ ରେ ଆସି ଦୁଇ ମୃତ, ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି l ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇ ଥିବା ବେଳେ ଡାକ୍ତର ସେଠାରେ ଦୁଇଜଣ ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ମୃତକ ମାନେ ହେଲେ ୫୦ ବର୍ଷୀୟା ଝୁନୁ ଗୌଡ଼ ଓ ଆଠଗଡ଼ ଗ୍ରାମର ମିସ୍ତ୍ରୀ ୨୭ ବର୍ଷୀୟ ଗୋପାଳ ବେହେରା l ଆଜି ସୁନ୍ଦୁରିଆପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଗ୍ରିଲ ବସାଇବା କାମ ଚାଲିଥିବା ବେଳେ ଘରକୁ ଆସିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟିଛି ଅଘଟଣ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here