ସୁପରିଟେଣ୍ଡେଣ୍ଟ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଏମକେସିଜି ଡାଟାଏଣ୍ଟ୍ରି ଅପରେଟର

0
176

ବ୍ରହ୍ମପୁର,୧୧/୦୮/୨୦୨୧: ଆଜି ବ୍ରହ୍ମପୁର ବଡ ମେଡିକାଲ କଲେଜ ଓପିଡି ଟିକେଟ କାଉଣ୍ଟର ରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ମାନେ ବହୁବିଦ୍ଧ ସମସ୍ୟା ନେଇ ଆଜି ସୁପରି ଟେଣ୍ଡେଣ୍ଟ ଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯିବା ସହ ସୁପରି ଟେଣ୍ଡେଣ୍ଟ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ଦରମା ମାଗିଲେ ଠିକା ସଂସ୍ଥା ମ୍ୟାନେଜର ଦ୍ୱାରା ଧମକ ସହ ଆକ୍ରମଣ କରାଯାଉଥିବା ଏବଂ ଠିକା ସଂସ୍ଥା ସତ୍ୟବାଦୀ ଗ୍ରାଫିକ୍ସ ଦୀର୍ଘ ବାରବର୍ଷ ରୁ ଉର୍ଦ୍ଧ୍ୱ ସମୟ ରୁ ଇପିଏଫ ଓ ଇଏସଆଇ ବାବଦ ରେ ଅର୍ଥ ପୈଠ କରିନଥିବା ଅଭିଯୋଗ କରିଛନ୍ତି।ଦୀର୍ଘ ୬ ମାସ ଧରି ମାସିକ ଦରମା ମିଳିନଥିବା ଏବଂ ପ୍ରଶାସନ ଗୁହାରି ଶୁଣୁ ନଥିବା ଅଭିଯୋଗ ମଧ୍ୟ କରିଛନ୍ତି।
ଘଟଣା କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧ୍ୟକ୍ଷକ ସନ୍ତୋଷ କୁମାର ମିଶ୍ର ଜଣାଇଛନ୍ତି Iଆଉଟସୋର୍ସିଂ ସଂସ୍ଥା ସତ୍ୟବାଦୀ ଗ୍ରାଫିକ୍ସ ଦ୍ୱାରା ଦୀର୍ଘ ୧୨ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ଧରି ବେଆଇନ ଟେଣ୍ଡର ଚାଲିଥିବା ବେଳେ, ଅନିୟମିତତା ଦରମା ସାଙ୍ଗକୁ ବର୍ତମାନ ଦୀର୍ଘ ୬ ମାସ ହେବ ଦରମା ପ୍ରଦାନ କରାଯାଇନାହିଁ । ୧୨ବର୍ଷ ହେବ ଟଙ୍କା ଟିଏ ମଧ୍ୟ ଇପିଏଫ କିମ୍ବା ଇଏସଆଇ ପୈଠ ହୋଇନାହିଁ I ପ୍ରଶାସନ କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳି ପାରିନି I ଏହି ଭିତ୍ତି ରେ ଗତକାଲି ସମ୍ପୃକ୍ତ ସଂସ୍ଥା ର ରାଜୁ ନାମକ ମ୍ୟାନେଜର ଦରମା ମାଗିବାକୁ ନେଇ ଅନିତା ପାତ୍ର ନାମକ ଜଣେ ମହିଳା କର୍ମଚାରୀ ଙ୍କୁ ଅସଭ୍ୟ ଭାଷା ରେ ଗାଳି ସହ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ I ଏହାକୁ ନେଇ କର୍ମଚାରୀ ସଂଘ ଆବାହକ ପ୍ରତାପ ପ୍ରଧାନ ଙ୍କ ନେତୃତ୍ୱ ରେ ଆଜିର ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଥିଲା I ଯଦି ସପ୍ତାହ ଭିତରେ ସମସ୍ତ ବକେୟା ଦରମା ପ୍ରଦାନ ଓ ଇପିଏଫ , ଇଏସଆଇ ପୈଠ ସହ ଅଭିଯୁକ୍ତ ମ୍ୟାନେଜର ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ସଂଘ ତରଫରୁ ଟିକେଟ କାଉଣ୍ଟର ବନ୍ଦ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ I

LEAVE A REPLY

Please enter your comment!
Please enter your name here