ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା, ପୋଲସରାରେ ନିର୍ମାଣ ହେବ ଇନଡୋର ଷ୍ଟାଡିୟମ

0
146

ପୋଲସରା,୧୧/୦୮/୨୦୨୧ : ପୋଲସରାରେ ନିର୍ମାଣ ହେବ ବହୁମୁଖୀ ଇନଡୋର ଷ୍ଟାଡିୟମ। ସେଥିପାଇଁ ଅଗଷ୍ଟ ୧୧ ତାରିଖ ଦିନ ପୋଲସରାରେ ଆୟୋଜନ ହୋଇଇଥିଲା ଖେଳପ୍ରେମୀ, ବୁଦ୍ଧିଜୀବୀ, ସାମ୍ବାଦିକ,ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ନେଇ ଏକ ସାଧରଣ ସଭା। ଏହି ସଭାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଲସରା ଜନସାଧାରଣ ଜଣାଇଥିଲେ କୃତଜ୍ଞତା ଓ ସାଧୁବାଦ। ଏଥି ସହ ସମ୍ବର୍ଦ୍ଧିତ କରିଥିଲେ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କୁ। ସାରା ଓଡ଼ିଶାରେ ୬୯୩.୩୫ କୋଟି ଟଙ୍କାରେ ୮୯ ଗୋଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ହେବାକୁ ଥିବାବେଳେ ପୋଲସରା ନିର୍ବାଚନ ମଣ୍ଡଳୀରେ ନିର୍ମାଣ ହେବ ଦୁଇଟି ଇନଡୋର ଷ୍ଟାଡିୟମ, ପୋଲସରା ଓ ବୁଗୁଡ଼ାରେ । ଏହା ବାସ୍ତବିକ ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ଗୌରବର ବିଷୟ। ପୁଣିଥରେ ପ୍ରମାଣିତ ହୋଇଛି ଆମର ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି ପୋଲସରା ନିର୍ବାଚନ ମଣ୍ଡଳୀ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପ୍ରତି। ଗତ ଜୁଲାଇ ୦୨ ତାରିଖ ଦିନ ଛତ୍ରପୁର ଗଞ୍ଜାମ ଜିଲ୍ଲାପାଳଙ୍କ ସଭା ଗୃହରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ କ୍ରୀଡ଼ାପ୍ରେମୀ ଓ ବୁଦ୍ଧିଜୀବୀ ମାନେ ଫାଇଭି ଟି ସଚିବ ଭି.କେ.ପାଣ୍ଡିୟାନଙ୍କ ସହ ଭିଡିଓକନଫେରାନ୍ସ ମାଧ୍ୟମରେ ପୋଲସରା ଓ ବୁଗୁଡ଼ାରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଆଲୋଚନା କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ଅନୁରୋଧ ପତ୍ର। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲସରା ନିର୍ବାଚନ ମଣ୍ଡଳୀ ଜନସାଧାରଣ ଓ ଆମର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅନୁରୋଧ ରକ୍ଷା କରି ଦେଇଛନ୍ତି ଦୁଇଟି ବହୁମୁଖୀ ଇନଡୋର ଷ୍ଟାଡିୟମ। ଅନୁଷ୍ଠିତ ହୋଇଥିବା ଏହି ସଭାରେ ମଞ୍ଚାସୀନ ଥିଲେ ପୂର୍ବତନ ନଗରପାଳ ପ୍ରଫୁଲ ପ୍ରଧାନ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମୋଚିରାମ ସାହୁ, ରଞ୍ଜିତ ସାହୁ, ଗୋପାଳ ସାହୁ, ଭଗବାନ ସାହୁ, ନଗର ବିଜୁ ଯୁବ ଜନତା ସଭାପତି ସନ୍ତୋଷ କୁମାର ବେହେରା, ରଞ୍ଜନ ପାଣିଗ୍ରାହୀ, ସୁକାନ୍ତି ସାହୁ, ପୋଲସରା କଲେଜ କ୍ରୀଡା ଅଧ୍ୟାପକ ପ୍ରସନ୍ନ କୁମାର ସାହୁ, ବର୍ତ୍ତିନି କଲେଜ କ୍ରୀଡା ଅଧ୍ୟାପକ ରମେଶ ଚନ୍ଦ୍ର ଗୌଡ଼ ପ୍ରମୁଖଙ୍କ ସମେତ କ୍ରୀଡ଼ାବିତ୍ତ ବୃନ୍ଦ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here