ହାଇଟେକ୍‌ ହେଉଛି ସରକାରୀ ସ୍କୁଲ,ହିଞ୍ଜଳିକାଟୁ ଓ ଶେରଗଡ ବ୍ଳକ ର ୫୦ଟି ହାଇସ୍କୁଲ ସ୍ମାର୍ଟ ହାଇସ୍କୁଲ ଭାବେ ଉଦଘାଟନ ହେବ

0
306

ହିଂଜିଳିକାଟୁ,୧୨/୦୮/୨୦୨୧: (ଡାକ୍ତର ହୃଷୀକେଶ ମହାନ୍ତି)ହାଇଟେକ୍‌ ହେଉଛି ସରକାରୀ ସ୍କୁଲ। ସ୍ମାର୍ଟ ହେଉଛି କ୍ଳାସ୍‌ ରୁମ୍‌। ଅଡିଓ ଭିଡିଓ ମୋଡ୍‌ରେ ପିଲାମାନେ ପାଠ ପଢ଼ିବେ। ଆଉ ଛାତ୍ରଛାତ୍ରୀଙ୍କ ମୁଣ୍ଡରୁ ହଟିବ ସରକାରୀ ଗାଉଁଲି ସ୍କୁଲର ଟ୍ୟାଗ। ଏପରି ସ୍ମାର୍ଟ କ୍ଲାସ୍‌ ରୁମ ତିଆରି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ର ହିଞ୍ଜିଳି ଏବଂ ଶେରଗଡ ବ୍ଳକ। ଶେରଗଡ ବ୍ଳକ ର ୨୭ ଟି ସ୍ମାର୍ଟ ହାଇସ୍କୁଲ ଏବଂ ହିଞ୍ଜିଳି ବ୍ଳକ ର ୨୩ ଟି ସ୍ମାର୍ଟ ହାଇସ୍କୁଲ କୁ ମୂଖ୍ୟମନ୍ତ୍ରୀ ଭିଡିଓ କନଫେରନ୍ସ ମାଧ୍ୟମରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।ଏହା ଆସନ୍ତା ଅଗଷ୍ଟ ୧୯ରୁ ୨୮ତାରିଖ ଭିତରେ ୫ଟି ପର୍ଯ୍ୟାୟରେ ୫୦ ସ୍ମାର୍ଟ ସ୍କୁଲକୁ ଭର୍ଚୁଆଲ୍‌ ମୋଡ୍‌ରେ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ। ସେଥିପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଚାଲିଛି।

LEAVE A REPLY

Please enter your comment!
Please enter your name here