ରାସ୍ତା କଡେ ଓଲଟିଥିବା ପିକ ଅପ ଗାଡିରୁ ଭାଙ୍ଗ ଜବତ।

0
167

ଗୋଳନ୍ଥରା,୧୩/୦୮/୨୦୨୧: ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି-ଟାମାଣ ରାସ୍ତା ର ଘାଟି ଅଞ୍ଚଳରେ ଓଲଟି ପଡିଥିବା ଏକ ପିକ ଅପ ଗାଡି କୁ ଜବତ ସମୟରେ ସେଥିରୁ ଭାଙ୍ଗ ଜବତ ହୋଇଥିବା ଜଣାପଡିଛି। ବୁଧବାର ରାତିରେ ଉକ୍ତ ରାସ୍ତା ଦେଇ ଜାତୀୟ ରାଜପଥ ତଥା କନିଷି ହାଟ କୁ ଆସୁଥିବା ଏକ ପିକ ଅପ ଗାଡି(ଓ ଆର ୧୩ ଇ ୭୯୨୧) ଭାରସାମ୍ୟ ହରାଇ ଘାଟିରେ ପ୍ରାୟ ୧୦ ଫୁଟ ତକଳୁ ଖସି ଯାଇଥିଲା। କିନ୍ତୁ ଦୁର୍ଘଟଣା ପରେ ପିକ ଅପରେ ଥିବା ଡ୍ରାଇଭର ଓ ଅନ୍ୟ ମାନେ ଗାଡ଼ିକୁ ଘଟଣା ସ୍ଥଳରେ ଛାଡି ଫେରାର ହୋଇଯାଇଥିଲା।ଘଟଣା ନେଇ ଆଜି ଖବର ପ୍ରଚାରିତ ହେବା ପରେ ଗୋଳନ୍ଥରା ପୁଲିସ ସମେତ ଦିଗପହଣ୍ଡି, ଚିକିଟି ଥାନା କର୍ମଚାରୀ ମାନେ ଘଟଣାସ୍ଥଳରେ ରେ ପହଞ୍ଚିଥିଲେ ସୁଦ୍ଧା ଉକ୍ତ ଅଞ୍ଚଳ କେଉଁ ଥାନ ଅଧିନରେ ଆସୁଛି।ତାହା ନେଇ ବହୁ ସମୟ ପର୍ଯ୍ୟନ୍ତ ସମାଧାନ ହୋଇ ପାରି ନଥିଲା। ଶେଷରେ ଦୁର୍ଘଟଣା ଅଞ୍ଚଳ ଟି ଗୋଳନ୍ଥରା ଥାନା ଅଧୀନରେ ଆସୁଥିବା ଜଣା ପଡିବା ପରେ ସନ୍ଧ୍ୟାରେ ଗୋଳନ୍ଥରା ଥାନା ପୁଲିସ ପକ୍ଷରୁ ଉକ୍ତ ଗାଡିକୁ କ୍ରେନ ଯୋଗେ ଉପରକୁ ଉଠା ଯାଇଥିଲା। କିନ୍ତୁ ତଦନ୍ତ ସମୟରେ ଉକ୍ତ ଗାଡିରେ ତସୁ ଭର୍ତ୍ତି ରହିଥିବା ସହ ତାହା ମଧ୍ୟରେ ଚୋରାରେ ୧୦ ଟି ବ୍ୟାଗରେ ଭାଙ୍ଗ ରହିଥିବା ଜଣାପଡିଥିଲା।ଏ ନେଇ ଗୋନଳ୍ଥରା ପୁଲିସ ତଦନ୍ତ କରୁଥିବା ବେଳେ ଗାଡିଟି ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଅଞ୍ଚଳର ବୋଲି ଜଣା ପଡିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ ଚିକିଟି ଟାମାଣ ଘାଟି ରାସ୍ତା ସମେତ ଆନ୍ତଃ ରାଜ୍ୟ ଜାତୀୟ ରାଜପଥ ରାସ୍ତା ବିଭିନ୍ନ ଚୋରା ସାମଗ୍ରୀ ଚାଲାଣ ନିମନ୍ତେ ପ୍ରମୁଖ ରାସ୍ତା ପାଲଟିଛି।
ମିନିଟ୍ରକ ଓଲଟିଲା ପୁଲିସି ଖବର ପାଇ ଘଟଣା ସ୍ଥଳେ ପହଂଚି ତଦନ୍ତ କଲାବେଳେ ସେଥିରେ କୁଣ୍ଡା ଭର୍ତ୍ତି ହୋଇଥିବା ବେଳେ ଭିତରେ ୧0ବସ୍ତା ଗଂଜେଇ ବାହାରିଲା l ଘଟଣା ସ୍ଥଳେ ପୁଲିସି ପହଂଚିବା ସହ ଟ୍ରକକୁ ଉଧାର କରିବାବେଳେ ଜଣାପଡିଲା ଯେ ଏଥିରେ ଗଂଜେଇ ରହିଛି l ଗତକାଲି ମଧ୍ୟରାତ୍ରରେ ଚିକିଟି-ଟାମଣା ରାସ୍ତାଦେଇ ମିନି ଟ୍ରକ ପାର ହେଉଥୁବା ବେଳେ ଭରସାମ୍ୟ ହରାଇ ଓଲଟି ପଡିଥିଲା l ଡ୍ରାଇଭର, ହେଲ୍ପର ଭୟରେ ଫେରାର ହୋଇ ଯାଇଥିବା ବେଳେ ଆଜି ଗୋଳନ୍ଥରା ପୁଲିସି ପହଂଚି ମିନି ଟ୍ରକ 0d07-13E7921 ଜବତ କରିଛନ୍ତି।

LEAVE A REPLY

Please enter your comment!
Please enter your name here