ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଉପକୃତ ହେଲେ ବାଲ୍ମୀକେଶ୍ଵର ଶିଶୁ ଯତ୍ନ ଆଶ୍ରମର ଦୁଇ କନ୍ୟା

0
297

ଧରାକୋଟ,୧୩/୦୮/୨୦୨୧: ଧରାକୋଟ ରାଜା ସାହେବ ଅନନ୍ତ ନାରାୟଣ ସିଂହ ଦେଓଙ୍କ ଦ୍ଵାରା ପ୍ରତିଷ୍ଟିତ ବାଲ୍ମୀକେଶ୍ଵର ଶିଶୁ ଯତ୍ନ ଆଶ୍ରମ ୧୯୯୧ ମସିହାରେ ସୋସାଇଟୀ ପଞ୍ଜୀକରଣ ନିୟମ ୧୮୬୦ ଅନୁସାରେ ପଞ୍ଜୀକରଣ ହୋଇ ୨୦୦୦ ମସିହାରେ କିଶୋର ନ୍ୟାୟ ଯତ୍ନ ଏବଂ ସୁରକ୍ଷା ଆଇନ ଅନୁସାରେ ପଞ୍ଜୀକରଣ ହୋଇ ବିଧିବଦ୍ଧ ଭାବେ ଆନୁଷଙ୍ଗିକ ବିଧି ବ୍ୟବସ୍ଥାରେ ପରିଚାଳିତ ହେଉଅଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରତ୍ୟେକ୍ଷ ତଦାରଖ ଓ ଶିଶୁ ମଙ୍ଗଳ କମିଟିର ଅନୁମୋଦନରେ ପିତୃ ମାତୃ ହରା , ଏକକ ଅବିଭାବକ , ନିହାତି ଗରିବ ଥିବା ଶିଶୁଙ୍କୁ ସେବା ଓ ଯତ୍ନ ଯୋଗାଇ ଆସୁଅଛି । ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଯୋଗ୍ୟ ଶିଶୁଙ୍କୁ ଯଥା ବିଧି ଅନୁସାରେ ସାମିଲ କରାଯାଉଅଛି । ଆଜି ସୁଦ୍ଧା ୨୨୯ ଜଣ ଶିଶୁ ଏହି ଅନୁଷ୍ଠାନରେ ରହି ଅନୁଷ୍ଠାନିକ ସେବା ପାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୩୫ ଜଣ ଶିଶୁ ଏହି ଅନୁଷ୍ଠାନରୁ ବାହାରି ବିଭିନ୍ନ କର୍ମରେ ନିଯୋଜିତ ହୋଇଛନ୍ତି । ଏଥି ମଧ୍ୟରୁ ଦୁଇ ଭଉଣୀ ଯଥା ସୁକୁମାରୀ ମଲ୍ଲିକ ଓ ଲଲିତା ମଲ୍ଲିକ DDUGKY ଯୋଜନାରେ ତାଲିମ ଗ୍ରହଣ କରି ଏକ ଘରୋଇ କମ୍ପାନୀରେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ କିନ୍ତୁ COVID-19 ଯୋଗୁଁ ନିଜ ଗ୍ରାମ ସନଖେମୁଣ୍ଡି ବ୍ଲକ କନ୍ଧ ପଦ୍ମପୁର ଆସି ନିଜ କୌଳିକ ଚାଷ କାମରେ ନିଯୋଜିତ ହୋଇଥିବା ସମୟରେ ଧରାକୋଟ ବ୍ଲକ ପଦମାପଲ୍ଲୀ ଗ୍ରାମରେ ବୈଦିକ ନୀତିରେ ବିବାହ ବନ୍ଧନ ସମାପନ ହୋଇଥିଲା । ଏହି କାର୍ଯ୍ୟରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗଞ୍ଜାମଙ୍କର ପ୍ରେରଣାରେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ଦୁଇ କନ୍ୟା ମାନ୍ୟବର ଜିଲ୍ଲାପାଳ ଗଞ୍ଜାମଙ୍କୁ ଦରଖାସ୍ତ ପ୍ରଦାନ କରିଥିଲେ । ଦୁଇ କନ୍ୟା ନିଜ ନିଜ ସ୍ଵାମୀଙ୍କ ସହିତ ଧରାକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ବିହହ ପଞ୍ଜୀକରଣ ପ୍ରମାଣ ପତ୍ର ନିମନ୍ତେ ଆବେଦନ କରି ପ୍ରମାଣ ପତ୍ର ପ୍ରାପ୍ତ ହୋଇଥିଲେ । ଯାବତୀୟ ନଥି ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଆବେଦନ କରିଥିଲେ ଓ ଜିଲ୍ଲାପାଳ ସଦୟ ହୋଇ ଉଭଯଙ୍କୁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବିବାହ ନିମନ୍ତେ ଆର୍ଥିକ ଅନୁଦାନ ପଚାଶ ହଜାର ଟଙ୍କା ଲେଖାଏଁ ମଞ୍ଜୁରୀ କରିଥିଲେ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିଜ କାର୍ଯ୍ୟାଳୟରେ ଉଭୟଙ୍କୁ ଫୁଲମାଳ ଦେଇ ଉଜ୍ଵଳ ଭବିଷ୍ୟତ ଦମ୍ପତ୍ୟ ଜୀବନ କାମନା କରି ପଚାଶ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ଏହି କାର୍ଯ୍ୟରେ ଅନୁଷ୍ଠାନର ପରିଚାଳକ କେ.ଟୁନା ଦୋରା ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ । ପରିବାର ବା ପିତାମାତାଙ୍କ ପାଖରେ ରହିବା ହେଉଛି ଶିଶୁର ସର୍ବୋତ୍ତମ ସ୍ଥାନ । ଅସହାୟ ଶିଶୁଟି ଯତ୍ନ ଓ ସୁରକ୍ଷା ସେବା ଉପଲବ୍ଧ ନିମନ୍ତେ Keenship Care, FosterCare, Sponsorship ଓ ଆନୁଷ୍ଠାନିକ ସେବା ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି । ଅନୁଷ୍ଠାନରେ ଯତ୍ନ ଓ ସେବା ପାଇ ଆସୁଥିବା ୪ ଜଣ ଶିଶୁ Sponsorship ଯୋଜନାରେ ଯୋଗ୍ୟ ଭାବେ ଶିଶୁ କଲ୍ୟାଣ କମିଟି ଗଞ୍ଜାମଙ୍କର ଆଦେଶରେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁବୋଧ କୁମାର ଷଢଙ୍ଗୀ ସୁପାରିଶ କରିଛନ୍ତି ଯାହାକି ଶିଶୁ ଓ ଅଭିଭାବକଙ୍କ ଯୁଗ୍ମ ଜମା ଖାତାରେ ଏକ ମାସକୁ ଦୁଇ ହଜାର ଅର୍ଥ ତିନି ବର୍ଷ ପର୍ଯ୍ୟନ୍ତ ଅର୍ଥ ପ୍ରାପ୍ତ ହେବ ଯାହାକି ତାର ଶିକ୍ଷା ସ୍ୱାସ୍ଥ୍ୟ ଯତ୍ନ ଓ ସୁରକ୍ଷାରେ ସାହାଯ୍ୟ ହେବ । ବାଲ୍ମୀକେଶ୍ଵର ଶିଶୁ ଯତ୍ନ ଆଶ୍ରମ ୫୦ ଶଯ୍ୟା ବିଶିଷ୍ଠ ମଞ୍ଜୁରୀ ହୋଇଥିଲା କିନ୍ତୁ ସ୍ଥାନୀୟ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କର ତଦନ୍ତ ରିପୋର୍ଟକୁ ଆଧାର କରି ଚଳିତ ବର୍ଷ ଠାରୁ ଏକ ଶତ ଶଯ୍ୟା ବିଶିଷ୍ଠ ମଞ୍ଜୁରୀ ମାନ୍ୟବର ଜିଲ୍ଲାପାଳ କରିଥିବାରୁ ମାନ୍ୟବର ଗଞ୍ଜାମ ଜିଲ୍ଲାପାଳ, ଶିଶୁ ସୁରକ୍ଷା ଅଧିକାରୀ ,ଶିଶୁ ମଙ୍ଗଳ କମିଟି ଗଞ୍ଜାମ, ଧରାକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ନନ୍ଦିନୀ ଦେବୀ , ସମ୍ପାଦକ ଉପେନ୍ଦ୍ରଭାଞ୍ଜ ପଣ୍ଡା ଓ ସମସ୍ତ କର୍ମଚାରୀ ସାଧୁବାଦ ସହ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନ ଅନୁଷ୍ଠାନରେ ୯୪ ଜଣ ଶିଶୁ ଯତ୍ନ ଓ ସୁରକ୍ଷା ସେବା ଶିଶୁ କଲ୍ୟାଣ କମିଟିଙ୍କର ଆଦେଶରେ ପାଉଛନ୍ତି ।

LEAVE A REPLY

Please enter your comment!
Please enter your name here