Breaking news ମନରେଗା ରେ ଚିକିଟି ବ୍ଲକ ଗଞ୍ଜାମ ଜ଼ିଲ୍ଲା ରେ ଏକ ନମ୍ବର ହେବାର ଗୁମର ଫିଟିଲା…।ଡି ଆର ଡି ଏ ର ବିନା ଅନୁମୋଦନ ରେ ବନ୍ଧ ସୌନ୍ଦର୍ଯ୍ୟ କରଣ ନାମ ରେ ମିଥ୍ୟା ବିଲ୍ କରି ଖୋଲାମଖୋଲା ୧୦ ଲକ୍ଷ ଚଳୁ

0
307

ଚିକିଟି,୨୬/୦୮/୨୦୨୧: ଗଞ୍ଜାମ ଜ଼ିଲ୍ଲା ଚିକିଟି ବ୍ଲକ ରେ ମନରେଗା ଦୁର୍ନୀତି ଚରମ ସୀମାରେ ପହଁଚିଛି l ବ୍ଲକ ପ୍ରଶାସନ କୁ ସତେ ଯେମିତି ଅଭୟ ବରପ୍ରାପ୍ତି ହୋଇଛି ଦୁର୍ନୀତି କରିବାକୁ। ଡି ଆର ଡି ଏ ର ବିନା ଅପ୍ରଭାଲ ରେ ଅନଲାଇନ ଡି ପି ଆର କୁ ଫ୍ରିଜ କରି ଡୁପ୍ଲିକେଟ ଓ୍ବାର୍କ କୋଡ଼ ବାହାର କରି ଝାଟିପଦର ପଂଚାୟତ ର ହରିପୁର ଗ୍ରାମ୍ୟ ବନ୍ଧ ସୌନ୍ଦର୍ଯ୍ୟ କରଣ ନାମରେ ୧୦ ଲକ୍ଷ ଟଙ୍କା ମିଳିମିଶି ବ୍ଳକ ପ୍ରଶାସନ ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି l ଗତ ୨୦୨୦-୨୧ ଆର୍ଥିକ ବର୍ଷ ରେ ମନରେଗା ରେ ସମଗ୍ର ଗଞ୍ଜାମ ଜ଼ିଲ୍ଲା ରେ ଚିକିଟି ବ୍ଲକ ସର୍ବାଧିକ ୧୧ ଲକ୍ଷ୮୪ ହଜାର୬୫୩ ଶ୍ରମ ଦିବସ ସୃଷ୍ଟି କରି ଜ଼ିଲ୍ଲା ରେ ଏକ ନମ୍ବର ହୋଇଥିବା ଘଟଣା ର ଗୁମର ଏବେ ପଦାରେ ପଡିଛି l ଗଞ୍ଜାମ ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ଦପ୍ତର ରୁ ୨୦୨୦-୨୧ ଆର୍ଥିକ ବର୍ଷ ଚିଠି ନଂ -୬୧୮୩ ତାରିଖ-୦୪/୦୬/୨୧ ଚିକିଟି ବି ଡି ଓ ଙ୍କୁ କରାଯାଇଥିବା ଆଦେଶ ପ୍ରକାରେ କ୍ରମିକ ନଂ ୩୬ ଯାହାକି( ଝାଟିପଦର ପଂଚାୟତ ପାଦର ହରିପୁର ଗ୍ରାମ୍ୟ ବନ୍ଧ)କୁ ମ ନରେଗା ରେ କାମ ପାଇଁ ଆପ୍ରୁଭଲ କରାଯାଇନଥିବା ସତ୍ୱେ ବ୍ଲକ ପ୍ରଶାସନ ତରଫରୁ ଉକ୍ତ ଟଙ୍କା ଚଳୁ କରାଯାଇଥିବା ଅନ ଲାଇନ ଏବଂ ଡି ଆର ଡି ଏ ଚିଠି ରୁ ଜଳ ଜଳ ହୋଇ ଦିଶୁଚି l ସୂଚନା ମୁତାବକ ୨୦୨୧-୨୨ଆର୍ଥିକ ବର୍ଷ ପାଇଁ ଚିକିଟି ବ୍ଲକ ର ୧୯୭ ଗୋଟି ବନ୍ଧ କୁ ମନରେଗା ରେ ସୌନ୍ଦର୍ଯ୍ୟ କରଣ ପାଇଁ ଚିକିଟି ବ୍ଲକ ପ୍ରଶାସନ ତରଫରୁଡି ଆର ଡି ଏ ଙ୍କୁ ପ୍ରସ୍ତାବ ଦିଆଯାଇଥିଲା l ସେଥିରୁ ୫୬ ଟି ବନ୍ଧ କୁ ଡି ଆର ଡି ଏ ସୌନ୍ଦର୍ଯ୍ୟ କରଣ ପାଇଁ ଅନୁମୋଦନ ପାଇଁ ମନା କରାଯାଇଥିଲା ଯାହା ଚିଠି ରେ ଉଲ୍ଲେଖ ଅଛି ।କିନ୍ତୁ ମନରେଗା ରେ ଚିକିଟି ବ୍ଲକ ରେ ଦୁର୍ନୀତି କରାଇବାରେ ଓସ୍ତାଦ ଥିବା ସହକାରୀ ଯନ୍ତ୍ରୀ ସୁଶାନ୍ତ ପଟ୍ଟନାୟକ ଏବଂ ମନରେଗା ପ୍ରୋଗ୍ରାମ ଅଫିସର ସନ୍ତୋଷ ସାହୁ ମୁଣ୍ଡ ଖଟାଇ ଡି ଆର ଡି ଏ ଅନାଦେଶ କୁ ଖାତିର ନ କରି ଅନଲାଇନ ରେ ଡି ପି ଆର କୁ ଫ୍ରିଜ଼ କରି ଡୁପ୍ଳିକେଟ କୋଡ଼ ବାହାର କରି ୧୦ ଲକ୍ଷ ଚଳୁ କରିଛନ୍ତି l ହରିପୁର ବନ୍ଧ କାମ ପାଇଁ ୨୦-୨୧ ଏବଂ ୨୧-୨୨ ପାଇଁ ବାହାର କରାଯାଇଥିବା ଦୁଇଟି କୋଡ଼ ଯଥାକ୍ରମେ 2412007005/wc/10465947 ଏବଂ2412007005/WC/10468040 ପ୍ରକାରେ ସମାନ ମାଷ୍ଟର ରୋଲ ନଂ ୨୭୭୦୯ ରୁ ଆରମ୍ଭ କରାଯାଇ ୨୯୯୫ ରେ ସରିଥିବା ବେଳେ ପୂର୍ବ ବର୍ଷ ଭଳି ଶ୍ରମ ଦିବସ ୭୧୯୮, ବ୍ୟୟ ୯,୯୯,୬୭୯ ଟଙ୍କା ଖର୍ଚ୍ଚ କରାଯାଇ ୧୩୫୮୦ ଟଙ୍କା ଶ୍ରମ ପ୍ରାପ୍ୟ ଦିଆ ଯାଇ ନାହିଁ ବୋଲି ଉଲ୍ଲେଖ ଅଛି l ବ୍ଲକ ପ୍ରଶାସନ ତରଫରୁ କନିଷ୍ଠ ଯନ୍ତ୍ରୀ, ଗ୍ରାମ୍ୟ ରୋଜଗାର ସେବକ କୁ ମାହିର କରି ସିଧା ୯,୯୯,୬୭୯ ଟଙ୍କା ଚଳୁ କରିଛନ୍ତି l ଏଠାରେ ସୂଚନା ଯୋଗ୍ୟ ଯେ ଉକ୍ତ ହରିପୁର ବନ୍ଧ ଉର୍ନତି କରଣ ପାଇଁ ୨୦୨୦-୨୧ ରେ ଡି ଆର ଡି ଏ ରୁ ଆପ୍ରୁଭଲ ହୋଇ ଆସିଥିଲା l ୧୦ ଲକ୍ଷ ଅନୁଦାନ ରୁ କିଛି ଅଂଶ ଟଙ୍କା ବାକି ଥିଲା ଖର୍ଚ୍ଚ କରିବା ପାଇଁ l ଯାହାକି ଅନ ଲାଇନ ରେ ଅନ ଗୋଇଙ୍ଗ ପ୍ରୋଜେକଟ ଦେଖାଉଥିଲା l ସରକାରୀ ନିୟମ ଅନୁଯାଇ ପ୍ରୋଜେକଟ କମ୍ପ୍ଲିଟ ହେଲେ ଆପ୍ରୁଭଲ ପରେ ପୁନର୍ବାର ଅନୁଦାନ ଖର୍ଚ୍ଚ କରାଯିବା କଥା l କିନ୍ତୁ ବ୍ଲକ ପ୍ରଶାସନ ତରଫରୁ ଉକ୍ତ ପୁରୁଣା କାମ ର ୱାର୍କ କୋଡ଼ ବଦଳା ଯାଇ ବିନା ଆପ୍ରୁଭଲ ରେ ନୂଆ କୋଡ଼ ବାହାର କରି ସରକାରୀ ଟଙ୍କା କୁ ଆତ୍ମସାତ କରାଯାଇଛି l ଗତ୨୦୧୦-୧୧ ଆର୍ଥିକ ବର୍ଷରେ ମଧ୍ୟ କଳବlଡ଼ ପଂଚାୟତ ର ଭଳାସିଙ୍ଗି ବାହୁଦା ନଦୀ ଗର୍ଭ ରେ ବନ୍ଧ ଖୋଳି ମନରେଗା ଅନୁଦାନ ଚଳୁ କରିବାକୁ ଚେଷ୍ଟା କରାଯାଇଥିଲା l ସେତେବେଳେ ତଦନ୍ତ ବେଳେ ଜି ଆର ଏସ ଙ୍କ ଚାକିରି ଯାଇଥିବା ବେଳେ ଜି ପି ଟି ଏ ଙ୍କୁ ସସ୍ପେଣ୍ଡ କରି ଘଟଣା କୁ ରଫା ଦଫା କରାଯାଇଥିଲା l ବର୍ତମାନ ର ଏହି ଦୁର୍ନୀତି ସମ୍ପର୍କ ରେ ଚିକିଟି ବ୍ଲକ ଝାଟି ପଦର ପଂଚାୟତ ଜି ଆର ଏସ ଶଙ୍କର ପ୍ରଧାନ ଙ୍କୁ ପଚାରିବାରୁ ସେ କହିଛନ୍ତି ପ୍ରୋଗ୍ରାମ ଅଫିସର ୱାର୍କ କୋଡ଼ ବାହାର କଲା ପରେ ମୁଁ ମାଷ୍ଟର ରୋଲ ବାହାର କଲି l ଜି ଆର ଏସ ଙ୍କ ମନ୍ତବ୍ୟ ଉପରେ ପ୍ରୋଗ୍ରାମ ଅଫିସର ସନ୍ତୋଷ ସାହୁ ଙ୍କୁ ପଚାରିବାରୁ ମୁଁ ମେଡିକାଲ କାମ ରେ ଯାଉଛି ରାସ୍ତା ରେ ଅଛି ଵୋଲି ସଫେଇ ଦେଇଛନ୍ତି l କନିଷ୍ଠ ଯନ୍ତ୍ରୀ ଗୌରୀଶଙ୍କର ମାଛ ଭୁଲ ରେ ଦୁଇଟି ୱାର୍କ କୋଡ଼ ବାହାରିଯାଇଛି ବୋଲି କହିବା ସହିତ ବନ୍ଧ କାମ କରାଯାଇଥିବା ନେଇ ବାରମ୍ବାର ଦୋହରାଇଛନ୍ତି l ଔଷଧ ବିକଳ ରେ ତାଟିଆ କାମୁଡିବା ନ୍ୟାୟ ଦୁର୍ନୀତି କୁ ଘଣ୍ଟ ଘୋଡ଼ାଇବା ପାଇଁ ପ୍ରି ଆପ୍ରୁଭଲ କରାଇବା ଆଶା ରେ ହରିପୁର ବନ୍ଧ କୁ ଜେସିବି ଲଗାଇ ଯୁଦ୍ଧ କାଳୀନ ଭିତ୍ତିରେ କାମ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।

LEAVE A REPLY

Please enter your comment!
Please enter your name here