୧୧ ବର୍ଷର ନାବାଳିକାକୁ ୬୫ ବର୍ଷ ବୟସର ବୃଦ୍ଧ ଦୁଷ୍କର୍ମ ଅଭିଯୋଗ ।

0
277

ପାତ୍ରପୁର, ୨୭/୦୮/୨୦୨୧: ଜରଡା ଥାନା ଅଧୀନରେ ଥିବା ବାଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁରୁପଡା ଗ୍ରାମର ୧୧ ବର୍ଷର ନାବାଳିକାକୁ ସେହି ଗ୍ରାମର ହରିଚନ୍ଦ୍ର ପ୍ରଧାନ (୬୫) ନାମକ ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ବାପା ଜରଡା ଥାନା ରେ ଅଭିଯୋଗ କରିଛନ୍ତି । ଗତକାଲି ସକାଳ ପ୍ରାୟ ଦଶ ଘଣ୍ଟା ସମୟରେ ପୀଡ଼ିତା ଘରେ ବସି ଟିଭି ଦେଖୁଥିଲା ବେଳେ ଘରେ କେହି ନଥିବା ବିଷୟ ଜାଣି ହରିଚନ୍ଦ୍ର ପ୍ରଧାନ ସେହି ଘର ଭିତରେ ପଶି ହଠାତ୍ ପିଡିତାଙ୍କୁ ପଛପଟରୁ ଜାବୁଡ଼ି ଧରିଥିଲେ । ନାବାଳିକା ଝିଅ ଡରି ଯାଇ ବଡ଼ ପାଟିରେ ଚିତ୍କାର କରିବାକୁ ଲାଗିଲା। ଝିଅ ପିଲାର ବିକଳ ଚିତ୍କାର ଶୁଣି ଘରର ପଛ ପଟରେ କାମ କରୁଥିବା ନାବାଳିକାର ବାପା ଘଟଣା ସ୍ଥଳରେ ପହଞ୍ଚି ଝିଅକୂ ଉଦ୍ଧାର କରିଥିଲେ। ତାହା ସହିତ ଜରଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଜରଡା ଥାନା ପୋଲିସ ଏକ ମାମଲା କେସ୍ ନଂ-୧୮୭/୨୧ ରୁଜୁ କରିଥିଲା । ଉକ୍ତ ମାମଲାର ତଦନ୍ତକାରୀ ଏସ୍ ଆଇ ସତ୍ୟ ନାରାୟଣ ପାଢ଼ୀ ଓ ଏସ୍ ଆଇ ରଶ୍ମୀତା ସାମାଲ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି ଆଣି ଜରଡା ଥାନାରେ ରଖି ପଚରାଉଚରା ଓ ତଦନ୍ତ କରାଯାଉଛି ବୋଲି ଜରଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୁଚନା ଦେଇଥିଲେ ।

ରିପୋର୍ଟ- ଆଲୁ ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here