ଶାନ୍ତି ଫାଉଣ୍ଡେସନ ତରଫରୁ ନାରୀଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ନେଇ ଆଲୋଚନା ଚକ୍ର

0
152

ବ୍ରହ୍ମପୁର,୨୮/୦୮/୨୦୨୧: ଆସିକାରୋଡ଼ ସ୍ଥିତ ପୌର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ଶାନ୍ତି ଫାଉଣ୍ଡେସନ ତରଫରୁ ନାରୀ ସଶକ୍ତିକରଣ ଏବଂ ନାରୀଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂଆଦିଲୀ ଭିଏମ୍ଏସ୍ ସମ୍ପାଦିକା ସ୍ୱପ୍ନା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ଅତିଥିରୂପେ ପ୍ରମେୟର ଡିଜିଏମ୍ ଅମ୍ବିକା ପ୍ରସାଦ ଦାସ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ ବେହେରା , ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ , ପୂର୍ବତନ କର୍ପୋରେଟର ଅନୀଲ ନାୟକ , ରାକେଶ ସାହୁ , ବଲ୍ଲଭ ପାଣିଗ୍ରାହୀ ଓ ଗୀତା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଶାନ୍ତି ଫାଉଣ୍ଡେସର ମୁଖ୍ୟ ଶାନ୍ତିଲତା ଦାସ ଏହି ଅବସରରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ । ଏଠାରେ ଛାତ୍ରୀମାନଙ୍କ ଅନ୍ତର୍ନିହିତ ବିକାଶକୁ ଉନ୍ନତି କରିବା ନେଇ ଅତିଥିମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଶିକ୍ଷୟିତ୍ରୀ ଉଷାରାଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ବାରା ଏକ ସ୍ବାଗତ ସଂଗୀତ ଗାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here