କଳିଙ୍ଗ ଜ୍ୟୋତିର ସ୍ବର୍ଗତ ପ୍ରତିନିଧିଙ୍କ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା।

0
641

ବୁଗୁଡା, ୦୮/୦୯/୨୦୨୧ : କଳିଙ୍ଗ ଜ୍ୟୋତି ଦୈନିକ ଖବର କାଗଜର ବୁଗୁଡାର ପୂର୍ବତନ ପ୍ରତିନିଧି ସ୍ବର୍ଗତ ରତ୍ନାକର ମହାରଣାଙ୍କ ପରିବାରଙ୍କୁ ଖୁବଶୀଘ୍ର ମିଳିବ କୋଭିଡ ସହାୟତା ରାଶି ୧୫ ଲକ୍ଷ ଟଙ୍କା। କୋଭିଡର ପ୍ରଥମ ଲହରରେ ସ୍ବର୍ଗତ ରତ୍ନାକର ମହାରଣା କରୋନା ସଂକ୍ରମିତ ହୋଇ ବ୍ରହ୍ମପୁର ବଡ ମେଡିକାଲର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ରାଜ୍ୟ ସରକାରଙ୍କ କୋଭିଡ ସହାୟତା ପାଇବାକୁ ପୂର୍ବରୁ ସ୍ବର୍ଗତ ମରାରଣା ଙ୍କ ପରିବାର ଯୋଗ୍ୟ ବିବେଚିତ ହୋଇଥିଲେ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଡ଼ାଇରେକ୍ଟରଙ୍କ ପତ୍ର ସଂଖ୍ୟା ୯୫୬୪ ତାରିଖ ୨/୯/୨୧ ପ୍ରକାରେ ଗଞ୍ଜାମ ଜିଲ୍ଲାପାଳଙ୍କ ଆକାଉଣ୍ଟରେ ସ୍ବର୍ଗତ ରତ୍ନାକର ମହାରଣା(କଳିଙ୍ଗ ଜ୍ୟୋତି)ଙ୍କ ସମେତ ସ୍ବର୍ଗତ ଗୋବିନ୍ଦ ବେହେରା(ଓଡିଶା ଏକ୍ସପ୍ରେସ), ସ୍ବର୍ଗତ ନରେଶ କୁମାର ବେହେରା( ଓଡିଶା ଫାଇଲ), ସ୍ବର୍ଗତ ପ୍ରଦୀପ କୁମାର ସାହୁ (ସମ୍ବାଦ), ସ୍ବର୍ଗତ କିଶୋର ଚନ୍ଦ୍ର ଦାଶ ( ସମାଜ), ସ୍ବର୍ଗତ କରୁଣାକର ସାହୁ (ଅନୁପମ ଭାରତ), ସ୍ବର୍ଗତ ନୀଳୟ ରଞ୍ଜନ ପଟ୍ଟନାୟକ (ସମାଜ), ଏହି ୭ ଜଣ ପୂର୍ବତନ ସମ୍ପାଦକ ଓ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ କୋଭିଡ ସହାୟତା ପ୍ରଦାନ ପାଇଁ ଟଙ୍କା ଜମାହୋଇଥିବା ଜଣାପଡିଛି। ଖୁବ ଶୀଘ୍ର ଜିଲ୍ଲାପାଳ ମହୋଦୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here