ଆଦର୍ଶ ଥାନାରେ ନିଷ୍ଫଳ 5-T । ନିର୍ଯ୍ୟାତିତ ମହିଳାଙ୍କ ଏତଲା ଗ୍ରହଣ କରିବାକୁ ସାରାରାତ୍ରି ଥାନାରେ ଅପେକ୍ଷା କରାଇଲେ ଭଞ୍ଜନଗର “ଆମ ପୋଲିସ”

0
530

ବ୍ରହ୍ମପୁର ,୦୯/୦୯/୨୦୨୧: ଓଡ଼ିଶାରେ ଚାଲିଥିବା ଶାସକୀୟ ଉପନିବେଶବାଦ ଶାସନରେ ଅଫିସର ଓ ପୋଲିସରାଜ ବ୍ୟବସ୍ଥା ସାଧାରଣରେ ଦିହ ସୁହା ହୋଇଥିବା ବେଳେ ସ୍ଥଳ ବିଶେଷରେ ଏହାର ପ୍ରାଦୁର୍ଭାବକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଓଡ଼ିଶାର ମାନ୍ୟବର ବିଶ୍ବସ୍ତରୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଭାଷାରେ ଆଇନ ତା ରାସ୍ତାରେ ଯାଉଥିବା ଉକ୍ତିକୁ ତାଙ୍କ ଅଧୀନ ଗୃହବିଭାଗର ସାଧାରଣ ଥାନା ଇନ୍ସପେକ୍ଟର ନିଜ ରାସ୍ତାରେ ନେଉଥିବା ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ ସାଧାରଣ ଜନତା ବୁଝିବାରେ ଅସୁବିଧା ହେଉନାହିଁ । ଅନ୍ୟ ପକ୍ଷରେ ନାରୀ ସ୍ଵାଧୀନତା , ନାରୀ ସୁରକ୍ଷା , ମହିଳା ସଶକ୍ତିକରଣ , ମାଆକୁ ସମ୍ମାନ ସ୍ଲୋଗାନକୁ ନେଇ ଡିଣ୍ଡିମ ପିଟୁଥିବା ସରକାରରେ ଶାଶୁଘର ପରିବାର ପକ୍ଷରୁ ଦୀର୍ଘ ଛଅବର୍ଷ ଧରି ମାନସିକ ଓ ଶାରୀରିକ ନିର୍ଯ୍ୟାତିତା ଏବଂ ପ୍ରଯୋଜିତ ବିଷକ୍ରୀୟାରୁ ବଞ୍ଚିଥିବା ଜନୈକ ପୀଡ଼ିତା ଦୁଇ ସନ୍ତାନର ଜନନୀଙ୍କ ଏତଲାକୁ ଭଞ୍ଜନଗର ଆଦର୍ଶ ଥାନାରେ ଅଗଷ୍ଟ ୩୦ ତାରିଖରେ କରିଥିବା ଏତଲାକୁ ରେଜିଷ୍ଟ୍ରି ନ କରିବା , ପୁଣି ପୀଡ଼ିତା ସେପ୍ଟେମ୍ବର ୭ ତାରିଖରେ ଉକ୍ତ ଏତଲାର ପଦକ୍ଷେପ ନେଇ ଥାନାରେ ପହଞ୍ଚିବାରୁ ପୁଣି ପୋଲିସର ସୁବିଧା ଆଧାରରେ ଅଭିଯୋଗ କରିବାକୁ କହିବା ଏବଂ ତାଙ୍କ ଛୁଆ , ମାଆ , ମାମୁଁ , ପିଉସା , ଭଉଣୀଙ୍କୁ ଥାନାରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରାଇବା ଘଟଣା ଭଞ୍ଜମାଟି ଘୁମୁସର ଅଞ୍ଚଳ ଜନସାଧାରଣରେ “ଆମ ପୋଲିସ ” ର କର୍ତ୍ତବ୍ୟନିଷ୍ଟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଅଛି । ଏହା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରତି ଥାନାରେ ଥିବା ୨୪ ଘଣ୍ଟିଆ ଶିଶୁ ଓ ମହିଳା ଡେସ୍କର କାର୍ଯ୍ୟକାରିତାକୁ ନେଇ ଆଙ୍ଗୁଳି ନିର୍ଦ୍ଧେଶ କରୁଅଛି ।୭ ତାରିଖ ସକାଳୁ ଥାନାରେ ନ୍ୟାୟ ଅପେକ୍ଷାରେ ଥିବା ଗାମୁଣ୍ଡୀ ଗ୍ରାମର ନିର୍ଯାତିତା ମହିଳା ଶ୍ରୀମତୀ ଶୁଭମ୍ ସୁଲଗ୍ନା ପ୍ରଧାନ ଓ ତାଙ୍କ ସମ୍ପର୍କୀୟ ଆଜି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଧେଶ୍ୟରେ କରିଥିବା ସମ୍ବାଦଦାତା ସମ୍ମିଳନୀରେ ନିଜେ ନିର୍ଯାତିତା ତାଙ୍କ ପ୍ରତି ଶ୍ଵଶୁର ଘର ଚାରିଜଣଙ୍କ ପକ୍ଷରୁ ଗତ ଛଅବର୍ଷ ଧରି କରାଯାଇଥିବା ନିର୍ଯ୍ୟାତନାର କରୁଣ ବ୍ୟଥାକୁ କୋହଭରା ବାସ୍ପରୁଦ୍ଧ କଣ୍ଠରେ ଅବତାରଣା କରିବା ସହିତ ତାଙ୍କ ନଣନ୍ଦ ସାକମ୍ବରୀ ପ୍ରଧାନ ଓ ତାଙ୍କ ସ୍ଵାମୀ ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠର ସୁଦର୍ଶନ ଦାସ , ନଣନ୍ଦ ସୁରେଶ୍ଵରୀ ପ୍ରଧାନ ଓ ଦିଅର ସର୍ବେଶ୍ଵର ପ୍ରଧାନଙ୍କ ବିରୋଧରେ ଯୌତୁକ ଜନିତ ସାଙ୍ଘାତିକ ମାନସିକ ଓ ଶାରିରୀକ ନିର୍ଯ୍ୟାତନାର ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ସୁଚନ୍ତିତ ଉପାୟରେ ଚାହାରେ ବିଷ ପ୍ରୟୋଗ କରି ତାଙ୍କୁ ଗତ ୨୮ ତାରିଖରେ ଜୀବନରେ ମାରିଦେବାକୁ କରିଥିବା ଉଦ୍ୟମକୁ ମଧ୍ୟ ଗଣମାଧ୍ୟମ ନିକଟରେ ଅବତାରଣା କରିଛନ୍ତି । ବିଷ କ୍ରିୟାରେ ଛଟପଟ ମହିଳା ଜଣକ ପଡୋଶୀଙ୍କ ସହାୟତାରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତିପରେ କିଭଳି ଚେତାଶୂନ୍ୟ ହୋଇଥିଲେ ଏବଂ ଡ଼ାକ୍ତରଙ୍କ ରେଫର୍ ପରେ ସରକାରୀ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ୍ କେ ସି ଜିରେ ଚିକିତ୍ସିତ ହୋଇଥିଲେ ତାହାର କରୁଣ ଚିତ୍ର ଗଣମାଧ୍ୟମକୁ ଅବଗତ କରିଥିଲେ । ମେଡିକାଲରୁ ଫେରି ଅସୁସ୍ଥତା ଥାଇ ୩୦ ତାରିଖରେ ଭଞ୍ଜନଗର ଆଦର୍ଶ ଥାନାକୁ ଏତଲା ଦେବାକୁ ଯାଇଥିଲା ବେଳେ ଜନୈକ ପୋଲିସ ସବ ଇନ୍ସପେକ୍ଟରଙ୍କ ଦ୍ଵାରା ହୋଇଥିବା ଦହଗଞ୍ଜକୁ ମଧ୍ୟ ଦୁଃଖର ସହ ପ୍ରକାଶ କରିଥିଲେ । ଏପରିକି ନିଜ ଅସୁସ୍ଥତା ସମୟରେ ନଣନ୍ଦ ଦିଅରଙ୍କ ତାଡ଼ନାରେ ଦୁଇ ସନ୍ତାନଙ୍କ ଲାଳନପାଳନରେ ଅସୁବିଧା ହେତୁ ନିଜ ମାଆଙ୍କ ସହ ଭବାନୀପାଟଣା ଯାଇଥିଲେ । ସୁସ୍ଥ ହେବାପରେ ପୁଣି ସ୍ଵାମୀ ଘରକୁ ଗତ ଛଅ ତାରିଖ ରାତି ତିନିଟା ସମୟରେ ଫେରିଲା ପରେ ଘରଲୋକ ଦୁଆର ନ ଖୋଲିବାରୁ ଛୁଆଙ୍କୁ ଧରି ବାରଣ୍ଡାରେ ପଡ଼ି ରହିବା , ପରେ ଗାଁ ଲୋକଙ୍କ ବୁଝାସୁଝା ପରେ ଦାଣ୍ଡ ବଖରାରେ ରହିବାକୁ କହି ଅନ୍ୟ ଦୁଆର କିଳିଦେବା ଅଭିଯୋଗ କରିଛନ୍ତି । ସକାଳେ ପୀଡ଼ିତା ପୁଣି ଭଞ୍ଜନଗର ଥାନାରେ ପହଞ୍ଚି ୩୦ ତାରିଖରେ ଦେଇଥିବା ଏତଲା ବିଷୟରେ ପଚାରିବାରୁ ମାମଲା ହୋଇନଥିବା କିମ୍ବା କିଛି ଅନୁସନ୍ଧାନ ହୋଇନଥିବା ସୂଚନା ପାଇଥିଲେ । ପୀଡ଼ିତା ଏଥିନେଇ ଥାନା ଅଧିକାରୀଙ୍କୁ ଭେଟିବାକୁ ଚାହିଁବାରୁ ଥାନାବାବୁ ଏଥିକୁ ଏଡାଇଯିବା ପୀଡ଼ିତାଙ୍କୁ ବ୍ୟଥିତ କରିଥିଲା । ଏଣୁ ପୀଡ଼ିତା ନ୍ୟାୟ ପାଇଁ ନିଜ ଦୁଇ ସନ୍ତାନ ଓ ଆତ୍ମୀୟଙ୍କ ସହ ଥାନା ପରିସରରେ ଧାରଣାରେ ବସିଥିଲେ ।

ଖବର ସାଧାରଣରେ ପ୍ରଚାରିତ ପରେ ଜିଲ୍ଲା କଂଗ୍ରେସ ସମ୍ପାଦକ ତଥା ଅଞ୍ଚଳ ଯୁବନେତା ପ୍ରଶାନ୍ତ କୁମାର ବିଷୋୟୀ ଥାନାରେ ପହଞ୍ଚି ପୀଡ଼ିତା ଓ ତାଙ୍କ ଆତ୍ମୀୟଙ୍କୁ ଭେଟି ଘଟଣା ପଚାରି ବୁଝିଥିଲେ । ଆଦର୍ଶ ଥାନା ଭଞ୍ଜନଗରର ଅନାଦର୍ଶ ଭାବଧାରାକୁ ନେଇ କ୍ଷୁବ୍ଧ ପ୍ରକାଶ କରିବା ସହିତ ପୀଡିତାଙ୍କୁ ନ୍ୟାୟ ପ୍ରଦାନରେ କରାଯାଉଥିବା ଅସୂୟା ଭାବ ସହ ଅଞ୍ଚଳରେ ଆଦର୍ଶ ଥାନା ଭାବରେ ଖ୍ୟାତ ଭଞ୍ଜନଗର ଥାନାର ଶାସକୀୟ ଚାପର କାର୍ଯ୍ୟଧାରାକୁ ନେଇ ଦୃଢ଼ ବିରୋଧ କରିଥିଲେ ଅଞ୍ଚଳରେ ପୋଲିସ ପ୍ରତି ସାଧାରଣରେ ସମାଲୋଚନା ଏବଂ ନିର୍ଯାତିତା ପୀଡ଼ିତାଙ୍କ ପ୍ରତି ସାମୁହିକ ଅନୁକମ୍ପାକୁ ନଜରରେ ରଖି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ରାତ୍ରି ସାଢେ଼ ଆଠଟା ପରେ ପୀଡ଼ିତାଙ୍କ ଏତଲା ଗ୍ରହଣ କରି କେସ ନଂ- ୩୭୦/୨୧ ପ୍ରକାରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ରହିଅଛି ।

LEAVE A REPLY

Please enter your comment!
Please enter your name here